ଆପଣଙ୍କର ଏସବୁ ଲକ୍ଷଣ ଅଛି କି ? ଏହା କ୍ୟାନ୍ସର କାରଣ ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଆପଣଙ୍କର ଏସବୁ ଲକ୍ଷଣ ଅଛି କି ? ଏହା କ୍ୟାନ୍ସର କାରଣ ହୋଇପାରେ

ନୂଆଦିଲ୍ଲୀ: କ୍ୟାନ୍ସର ହେଉଛି ପ୍ରାଣଘାତୀ ରୋଗ। ଯଦି ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜଣା ନ ପଡ଼େ କିମ୍ବା ସତର୍କ ନ ହୁଅନ୍ତି ତେବେ ଭବିଷ୍ୟତରେ ଏହାର ଚିକିତ୍ସା କରିବା ଅସମ୍ଭବ। ଅର୍ଥାତ ରୋଗରେ ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ। ଆଧୁନିକ ଜୀବନରେ କର୍କଟ ମାମଲା ଦ୍ରୁତଗିତି ବୃଦ୍ଧି ପାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ରୋଗରରୁ ବାଦ ପଡ଼ୁନାହାନ୍ତି। ତେବେ କକର୍ଟ ରୋଗର ଲକ୍ଷଣ ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ମଣିଷ ଶରୀରର କେଉଁ ଅଂଶରେ କର୍କଟ ହେବ ସେହି ଅନୁଯାୟୀ ଲକ୍ଷଣ ସାମ୍ନାକୁ ଆସିଥାଏ।

ଶରୀରର ସେ ଯେକୌଣସି ଭାଗରେ ହେଉ ଏହାର କୋଶିକା ଶୀଘ୍ର ବୃଦ୍ଧି ପାଇଥାଏ। ଏହା ଯେଉଁ ଭାଗରେ ହୋଇଥାଏ ଏହାର ଆଖପାଖରେ ଟିସୁ, ଅନ୍ୟ କୋସିକା ଏବଂ ଅର୍ଗାନ ଗୁଡ଼ିକ ଦୁର୍ବଳ ହୋଇପଡ଼ିଥାଏ। ଯଦି ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କିମ୍ବା ଧୂମପାନ କରୁଛନ୍ତି ଅବା ଏକ୍‌ସରସାଇଜ୍‌ ନ କରିବାର କାରଣରୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ବଢ଼ିଯାଇଥାଏ।

ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଆପଣଙ୍କ ପରିସ୍ରା ଲାଲ ରଙ୍ଗ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାନ୍ତୁ। ଏହି ଲାଲ ରଙ୍ଗ ରକ୍ତ ବି ହୋଇପାରେ। ରିପୋର୍ଟ ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଥାଏ ସେମାନଙ୍କ ପରିସ୍ରାର ରଙ୍ଗ କଳା, ପିଙ୍କ୍‌, ଲାଲ ଏବଂ ଧୂଶର ହୋଇଥାଏ।

ପୁରୁଷମାନଙ୍କର ଏହି ଲକ୍ଷଣ ଦେଖାଗଲେ ପ୍ରୋଷ୍ଟେଟ୍‌ କ୍ୟାନ୍ସର କୁହାଯାଇଥାଏ। ଏହାର ଅର୍ଥ ନୁହେଁ ଯେ, ଆପଣଙ୍କ ପରିସ୍ରାରେ ରକ୍ତଶ୍ରାବ ହେଉଥିଲେ ଆପଣଙ୍କୁ କେବଳ କ୍ୟାନ୍ସର ହୋଇଥିବ ତାହା ନୁହେଁ। ଏଥିପାଇଁ ଆପଣ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍। ନ୍ୟାଶନାଲ ହେଲଥ୍‌ ସର୍ଭିସ୍ ମୁତାବକ ୟୁକେରେ ପ୍ରୋଷ୍ଟେଟ୍‌ ପୁରୁଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ।



from Odisha Reporter https://ift.tt/2zlo2hz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages