ଅପେକ୍ଷାର ଅନ୍ତ, ଆସିଲା ‘ଦୀପ୍‌ଭୀର୍‌’ଙ୍କ ବାହାଘରର ପ୍ରଥମ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଅପେକ୍ଷାର ଅନ୍ତ, ଆସିଲା ‘ଦୀପ୍‌ଭୀର୍‌’ଙ୍କ ବାହାଘରର ପ୍ରଥମ ଫଟୋ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଯୋଡ଼ି ବାଜିରାଓ ଓ ମସ୍ତାନୀଙ୍କ ହାତ ଗଣ୍ଠି ପଡ଼ି ସାରିଛି। ଥରେ ନୁହେଁ ପୁଣି ଗୋଟିଏ ଉତ୍ସବରେ ଦୁଇ ଦୁଇ ଥର।  ଆଉ ଏହି ଚର୍ଚ୍ଚିକ ସେଲିବ୍ରେଟିଙ୍କ ବର କନିଆଁ ବେଶକୁ ଦେଖିବାକୁ ଚାତକ ଭଳି ଚାହିଁ ବସିଥିଲେ ଫ୍ୟାନ୍‌ମାନେ ବି ଏବେ ଭାରି ଖୁସ୍‌। କାରଣ ସେମାନଙ୍କୁ ମିଳିଯାଇଛି ଉଭୟଙ୍କ ବିବାହାର ଫଟୋ।

ପ୍ରଶଂସକମାନେ ବିବାହ ଦିନଠାରୁ ସେମାନଙ୍କ ଇନ୍‌ଷ୍ଟା ଓ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌କୁ ଫଲୋ କରି କରି ନିରାଶ ହେଉଥିଲେ। ବାହାଘରର ଟିକିନିଖି ଫଟୋ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ି ଯାଉଥିଲା। ତେବେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଗତକାଲି ରାତିରେ ଦୀପିକା ରଣଭୀର ବାହାଘରର ଦୁଇଟି ଫଟୋ ସୋଶାଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି।

ତାଙ୍କ ଫଟୋ ଆସିବା ପରେ ସୋଶାଲ୍‌ ମିଡିଆରେ ପୂରା ଆଲୋଡନ ସୃଷ୍ଟି କରିଛି।  ଗୋଟିଏ ଫଟୋରେ ସେ ସିନ୍ଧି  ପରମ୍ପରାର ପୋଷାକ ପିନ୍ଧିଥିବା ବେଳେ ଅନ୍ୟଟିରେ କୋଙ୍କଣୀ ବାହାଘରର ପୋଷାକ ପିନ୍ଧିଥିଲେ।

ଗୋଟିଏ ଫଟୋରେ ରଣଭୀର ଏକ ହାର ଧରିଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ଦୁହେଁ ଅତି ନିକଟତର ହୋଇ କିଛି କଥା ହେଉଥିବା ଦେଖିବାକୁ ମିଳିଛି।

ଫଟୋ ଦେଖି ଫ୍ୟାନ୍‌ମାନେ ନିଶ୍ଚିତ ଭାବେ ଖୁସି ହୋଇଥିବେ। କାରଣ ମାୟାନଗରୀରେ ପ୍ରେମ ତ ସବୁ ସେଲିବ୍ରିଟି କରିଛନ୍ତି କିନ୍ତୁ ପ୍ରେମକୁ ପରିଚୟ ଖୁବ୍‌ କମ୍‌ ସେଲିବ୍ରିଟି ଦେଇଛନ୍ତି।

ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଫଟୋ ଶେୟାର କରିବାର ଗୋଟିଏ ଘଣ୍ଟା ପରେ ୩୦ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ସେଠି ରଣଭୀର୍‌ଙ୍କ ଇନ୍‌ଷ୍ଟାଗ୍ରମ୍‌ ଆକାଉଣ୍ଟ୍‌ ୫ ଲକ୍ଷ  ଲାଇକ୍‌ ମିଳିଛି।  ଦୁହେଁ ଏହି ଫଟୋ ଟ୍ୱିଟର ଆକାଉଣ୍ଟ୍‌ରେ ବି ଶେୟାର କରିଛନ୍ତି।  ଦୀପିକାଙ୍କ ଟ୍ୱିଟର ଆକାଉଣ୍ଟରେ ଫଟୋକୁ ଗୋଟିଏ ଘଣ୍ଟାରେ ୧ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ୧୮ ହଜାର ଲୋକ ‘ରି’ ଟ୍ୱିଟ୍‌ ଓ ୫ ହଜାରରୁ ଅଧିକ ଲୋକ କମେଣ୍ଟ୍‌ କରିଛନ୍ତି।

ସେଠି ରଣଭୀର୍‌ଙ୍କ ଆକାଉଣ୍ଟ୍‌ରେ ୭୮ ହଜାର ଲାଇକ୍‌ ମିଳିଥିବା ବେଳେ ୧୪ ହଜାର ‘ରି’ ଟ୍ୱିଟ୍ ଓ ୪ ହଜାର କମେଣ୍ଟ୍‌ ମିଳିଛି।

ଏହା ସହ ଏହି ନବବିବାହିତ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ମିଳିବା ବି ଆରମ୍ଭ ହୋଇଯାଇଛି।

ଅନୁଷ୍କା ଶର୍ମା, କରଣ ଜୋହର, ଅର୍ଜୁନ୍‌ ରାମ ପାଲ୍‌, ଅଲ୍ଲୀ ଅବାସ୍‌ ଜଫର, ଅର୍ଜୁନ୍‌ କପୁର ଓ ବିପାସା ବାସୁଙ୍କ ସମେତ ଏମିତି ଅନେତ ଷ୍ଟାର ଟ୍ୱିଟ୍‌ କରି ସେମାନଙ୍କୁ ଶୁଭ କାମନା ଜଣାଇଛନ୍ତି।



from Odisha Reporter https://ift.tt/2DHrDu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages