
ମସ୍କୋ: ରାସ୍ତାରେ ଚାଲୁଥିବା ବେଳେ କିମ୍ବା ଟ୍ରେନ୍ ଲାଇନ୍ରେ ଦୁର୍ଘଟଣା ଘଟିବା କଥା ଆପଣ ଜାଣିଥିବେ। ହେଲେ ବିମାନରେ ପିଟି ହୋଇ ଯୁବକ ପ୍ରାଣ ହରାଇବା କଥା ଆପଣ କେବେ ଜାଣି ନଥିବେ।
ତେବେ ରୁଷିଆର ମସ୍କୋସ୍ଥିତ ଶେରେମେତ୍ୟେଭୋ ବିମାନବନ୍ଦରରେ ଏଭଳି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଛି। ଏକ ବିମାନ ରନ୍ୱେରେ ଉଡ଼ାଣ ଭରୁଥିବା ବେଳେ ଜଣେ ଯୁବକଙ୍କୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି।
ଯୁବକ ଜଣଙ୍କ ସ୍ପେନ୍ରୁ ଏଠାକୁ ଆସିଥିଲେ। ଏଠାରୁ ସେ ଆର୍ମେନିଆ ଯାଇଥାଆନ୍ତେ। ତେବେ ତାଙ୍କ ସହ ଅନ୍ୟମାନଙ୍କୁ ସୁରକ୍ଷାକର୍ମୀମାନେ ବୋର୍ଡିଂ ଗେଟ୍ ପାଖକୁ ନେବା ବେଳେ ହଠାତ୍ ଯୁବକ ଜଣଙ୍କ ରନୱେ ଆଡ଼କୁ ଚାଲିଯାଇଥିଲେ।
ଏହି ସମୟରେ ଏଥେନ୍ସ ଅଭିମୁଖେ ଉଡ଼ାଣ ଭରୁଥିବା ବିମାନଟି ଯୁବକଙ୍କୁ ଧକ୍କା ଦେଇଥିଲା। ଏବେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଛନ୍ତି।
from Odisha Reporter https://ift.tt/2DAw3lw
No comments:
Post a Comment