
ୱାଶିଂଟନ୍: ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଉପରେ ପୁଣିଥରେ କଟକଣା ଲାଗୁ କରିଛି ଆମେରିକା। ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବାକୁ ବାରମ୍ବାର ତାଗିଦ୍ କରାଯାଉଥିଲେ ହେଁ ପାକିସ୍ତାନ ଏହାକୁ ଖାତିର କରୁନାହିଁ। ଏଥିପାଇଁ ଆମେରିକା କ୍ଷୁବ୍ଧ ହେବା ସହ ପାକିସ୍ତାନକୁ ସୁରକ୍ଷା ବାବଦରେ ଦେଉଥିବା ଆର୍ଥିକ ସହାୟତା ଉପରେ କଟକଣା ଲଗାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ପାକିସ୍ତାନକୁ ଆମେରିକା ୧.୬୬ ବିଲିୟନ୍ ଡଲାର ଆର୍ଥିକ ସହାୟତା ଦେବନାହିଁ ବୋଲି ନିଷ୍ପତ୍ତି ନେଇଛି। ନିକଟରେ ଟ୍ରମ୍ପ କହିଥିଲେ, ପାକିସ୍ତାନ ଆମେରିକା ପାଇଁ କିଛି ବି କରୁନାହିଁ।
ପାକିସ୍ତାନ ସରକାର ଅଲକାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ୍କୁ ଆବୋଟ୍ଟାବାଦରେ ଲୁଚାଇ ରଖିବାରେ ସହାୟତା କରିଥିଲେ। ଟ୍ରମ୍ପଙ୍କ ଏଭଳି ବୟାନର ଗୋଟିଏ ଦିନ ପରେ ପେଣ୍ଟାଗନର ପାକିସ୍ତାନ ଉପରେ ଏଭଳି କଟକଣା ନୂଆ ବିବାଦ ସୃଷ୍ଟି କରିଛି।
ସୁରକ୍ଷା ସହାୟତା ଭାବେ ଆମେରିକା ପକ୍ଷରୁ ପାକିସ୍ତାନକୁ ଏହି ଅର୍ଥ ଦିଆଯାଉଥିଲା।
from Odisha Reporter https://ift.tt/2Fz78l4
No comments:
Post a Comment