ଶାହାରୁଖ୍‌ଙ୍କୁ ବିରୋଧ କରିବନି କଳିଙ୍ଗ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଶାହାରୁଖ୍‌ଙ୍କୁ ବିରୋଧ କରିବନି କଳିଙ୍ଗ ସେନା

Saharukh

ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଯୋଗଦେବାକୁ ଭୁବନେଶ୍ୱର ଆସୁଥିବା ଶାହାରୁଖାନ୍‌ଙ୍କୁ କଳିଙ୍ଗ ସେନା ଆଉ ବିରୋଧ କରିବେ ନାହିଁ। ହକି ଇଣ୍ଡିଆର ଅନୁରୋଧରେ ଏଥିରୁ ଓହରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି କଳିଙ୍ଗ ସେନା ପକ୍ଷରୁ କିଙ୍ଗ୍‌ଖାନ୍‌ଙ୍କୁ ବିରୋଧ କରିବା ଲାଗି ଧମକ ଦିଆଯାଇଥିଲା। ହେଲେ ହକି ଇଣ୍ଡିଆର ସଭାପତି ଶାହାରୁ‌ଖ୍‌ଙ୍କୁ ବିରୋଧ ନ କରିବା ଲାଗି କଳିଙ୍ଗ ସେନାକୁ ଅନୁରୋଧ କରିଥିଲେ। ହକି ଇଣ୍ଡିଆଙ୍କ ସଭାପତିଙ୍କ ଅନୁରୋଧ ରକ୍ଷାକରି କିଙ୍ଗ୍‌ ଖାନ୍‌ଙ୍କୁ ବିରୋଧ କରାଯିବ ନାହିଁ ବୋଲି କଳିଙ୍ଗ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କଳିଙ୍ଗ ସେନାର ପ୍ରମୂଖ ହେମନ୍ତ ରଥ କହିଛନ୍ତି, ‘‘ଆମେ ଓଡ଼ିଶା ସରକାର ଓ ପୁଲିସ୍‌ଙ୍କ ଅନୁରୋଧ ଯୋଗୁ ଶାହାରୁଖ୍‌ଙ୍କ ବିରୋଧକୁ ସାମୟିକ ଭାବେ ରଦ୍ଦ କରିଛୁ, କିନ୍ତୁ ତାର ଅର୍ଥ ନୁହେଁ ଆମେ ତାଙ୍କୁ କ୍ଷମା କରିଦେଇଛୁ।’’

ରିପୋର୍ଟ ଅନୁଯାୟୀ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି  କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍‌ରେ ଓଡ଼ିଶାରେ ପହଞ୍ଚିବେ। ସେଠାରୁ  ରିହର୍ସାଲ୍‌ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଯିବେ।

ରିହର୍ସାଲ୍‌ ପରେ ଭ୍ୟାନିଟି ଭ୍ୟା‌ନରେ ହିଁ ବିଶ୍ରାମ ନେବେ।ସେଠାରୁ ହିଁ ପ୍ରସ୍ତୁତ ହୋଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମ ପରେ ସେହି ଭ୍ୟାନିଟି ଭ୍ୟା‌ନ୍‌ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟ୍‌ରେ ଫେରିଯିବେ। ସେ  ଓଡ଼ିଶାରେ କୌଣସି ହୋଟେଲ୍‌ରେ ରହିବେ ‌ନାହିଁ ବୋଲି ଜଣାପଡ଼ିଛି।

ଶାହାରୁଖ୍‌ଙ୍କ ଝଲକ୍‌ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି। ଏପରିକି ଷ୍ଟାଡିୟମ୍‌ରେ ଉତ୍ସବ ଦେଖିବାକୁ ସୁଯୋଗ ପାଇନଥିବା ଲୋକେ ବିମାନ ବନ୍ଦର ଏବଂ ଷ୍ଟାଡିୟମ୍‌ ନିକଟରେ ଭିଡ଼ ଜମାଇବାର ସମ୍ଭାବନା ରହିଛି।

 



from Odisha Reporter https://ift.tt/2Sc14jR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages