ଅଫୁଟା ଗୁଳି ସହ କେଜ୍ରିୱାଲ୍‌ଙ୍କ ବାସଭବନରୁ ଗିରଫ ହେଲେ ମୌଲବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଅଫୁଟା ଗୁଳି ସହ କେଜ୍ରିୱାଲ୍‌ଙ୍କ ବାସଭବନରୁ ଗିରଫ ହେଲେ ମୌଲବୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରୁ ଅଫୁଟାଗୁଳି ସହିତ ଗିରଫ ହୋଇଛନ୍ତି ଜଣେ ମୌଲବୀ। ୱାକଫ୍‌ ବୋର୍ଡର ପ୍ରଦତ୍ତ ଦରମା ବୃଦ୍ଧି ପାଇଁ କିଛି ମୌଲବୀ କେଜ୍ରିଙ୍କୁ ସାକ୍ଷାତ କରିବାକୁ ଯାଇଥିବାସମୟରେ ଏହି ଘଟଣା ଘଟିଛି।

ଏହି ବ୍ୟକ୍ତିଙ୍କ ନାମ ଇମ୍ରାନ୍‌ ବୋଲି ଜଣାଯାଇଛି। ୱାକଫ୍ ବୋର୍ହ ପକ୍ଷରୁ ଦିଆଯାଉଥିବା ଦରମାର ପରିମାଣ ବଢ଼ାଇବାପାଇଁ କେଜ୍ରିୱାଲଙ୍କୁ ଅନୁରୋଧ କରିବାକୁ ତାଙ୍କ ସହ ଅନ୍ୟ କିଛି ମୌଲବୀ ମଧ୍ୟ ଯାଇଥିଲେ। ଗିରଫ ଇମ୍ରାନଙ୍କ ନାମରେ ‘ଆର୍ମସ୍‌ ଆକ୍ଟ’ ଲାଗୁ ହୋଇଛି।

ବର୍ତ୍ତମାନ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିବାବେଳେ ସେ ସଫେଇ ଦେଇଛନ୍ତି, ଏକ ମସ୍‌ଜିଦ୍‌ରେ ଦାନବାକ୍ସରୁ ସେ ଏହି ଗୁଳି ପାଇଥିଲେ। ସେ ଏହାକୁ ନିଜ ପର୍ସରେ ରଖିଦେଇ ପରେ ଭୁଲି ଯାଇଥିଲେ ବୋଲି କହିଛନ୍ତି।

କେଜ୍ରିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ବାରମ୍ବାର ଏଭଳି ଘଟଣା ପଛର କାରଣ ବାବଦରେ ତଦନ୍ତ ଆରମ୍ଭ ହୋଇଛି। ଗତ ୨୨ ତାରିଖରେ ତଙ୍କ ଉପରକୁ ଜଣେ ଲଙ୍କାଗୁଣ୍ଡ ମାଡ଼ କରିଥିଲା।

ଏହାକୁ ନେଇ କେଜ୍ରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଯଦି ଭାରତ ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇବାରେ ଅସମର୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେଇଦେବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଆପ୍‌ ଦିଲ୍ଲୀରେ ଏବେ ଯାଏ ଯାହା କରିଛି ମୋଦି ଗୁଜରାଟରେରେ ୧୨ ବର୍ଷରେ ମଧ୍ୟ କରିପାରିନଥିଲେ।



from Odisha Reporter https://ift.tt/2ByoR80

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages