ଏମିତି କରନ୍ତୁ ନିଦ୍ରାହୀନତାର ପ୍ରତିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଏମିତି କରନ୍ତୁ ନିଦ୍ରାହୀନତାର ପ୍ରତିକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକଙ୍କ ପାଇଁ ଏବେ ନିଦ୍ରାହୀନତା ଏକ ବଡ଼ ସମସ୍ୟା ପାଲଟିଛି। ଯେତେ ଚେଷ୍ଟା କଲେ ମଧ୍ୟ ରାତିରେ ଭଲ ନିଦ ହେଉ ନାହିଁ। ଏହାକୁ ନିଦ୍ରାହୀନତା ବା ‘ଇନ୍‌ସମିଆ’ କୁହାଯାଏ। ରାତିରେ ଭଲରେ ନ ଶୋଇ ପାରିବା ବ୍ୟକ୍ତି ଦିନସାରା କ୍ଳାନ୍ତ ଅନୁଭବ କରିଥା’ନ୍ତି। ଏହି କାରଣରୁ କୌଣସି ବି କାମ କରିବାକୁ ତାଙ୍କୁ ଇଚ୍ଛା ହୁଏ ନାହିଁ କି କାର୍ଯ୍ୟରେ ଏକାଗ୍ରତା ରୁହେ ନାହିଁ। ଏପରିକି ଏହି କାରଣରୁ ଶରୀର ଦୁର୍ବଳ ଲାଗିବା ସହ ମାନସିକ ସ୍ଥିତି ମଧ୍ୟ ବଦଳି ଯାଇଥାଏ। ମନ ବିଚଳିତ ଲାଗେ। ଏହାର ପ୍ରମୁଖ କାରଣ ହେଲା ଅନିୟମିତ ଜୀବନଶୈଳୀ।

କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ, ଅବସାଦ, ନିଶା ସେବନ ଓ ଆଉ କିଛି ଛୋଟ ଛୋଟ କାରଣରୁ ନିଦ୍ରାହୀନତା ଏକ ବଡ଼ ସମସ୍ୟାରେ ପରିଣତ ହୋଇଥାଏ। ବିଶ୍ୱର ପ୍ରାୟ ୩୦ ରୁ ୪୦ ପ୍ରତିଶତ ଲୋକ ଏହି ନିଦ୍ରାହୀନତାର ଶିକାର ହୋଇଥା’ନ୍ତି।

ନିଦ୍ରାହୀନତାରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ପ୍ରକାର ଔଷଧର ସାହାଯ୍ୟ ନେଇଥା’ନ୍ତି, କିନ୍ତୁ ସୁଫଳ ପାଇ ନଥା’ନ୍ତି। ବରଂ ସ୍ୱାସ୍ଥ୍ୟ  ଅଧିକ ବିଗିଡ଼ି ଯାଇଥାଏ।
ତେବେ ଏଥିରୁ ମୁକ୍ତି ପାଇବାର କିଛି ଉପାୟ ଆଜି ଆମେ ଆପଣଙ୍କୁ ବତାଇବୁ।

ନିଦ୍ରାହୀନତା ବା ‘ଇନ୍‌ସମିଆ’ ଦୂର କରିବାକୁ ଆବଶ୍ୟକ ଶାରୀରିକ ବା ମାନସିକ ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ନିୟମିତ ଭାବେ ବ୍ୟାୟାମ, ଯୋଗ କିମ୍ବା ଧ୍ୟାନ କରନ୍ତୁ। ଏପରି କଲେ କାମରେ ଫୁର୍ତ୍ତି ରହିବେ ଏବଂ ଭଲ ନିଦ ହେବ।

ଯଦି ଆପଣଙ୍କୁ କୌଣସି ଚିନ୍ତା ଘାରୁଛି, ତେବେ ନିଜକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ଏବଂ ମନରେ ସକାରାତ୍ମକ ଚିନ୍ତା ଆଣନ୍ତୁ। ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କଲେ, ତାହା ସମାଧାନ ହୋଇଯିବ।

ରାତିବେଳା ଚା’ କିମ୍ବା କଫି ପିଅନ୍ତୁ ନାହିଁ।

ଧୂମପାନ କରନ୍ତୁ ନାହିଁ ଏବଂ ଶୋଇବା ସ୍ଥାନ ଓ ପରିବେଶକୁ ପରିଷ୍କାର ରଖନ୍ତୁ।

ଅଧିକ ରାତି ଯାଏ ମୋବାଇଲ ଫୋନ୍‌ ଓ ଲ୍ୟାପ୍‌ଟପ୍‌ ବ୍ୟବହାର କରନ୍ତୁ ନାହିଁ କି ଟିଭି ଦେଖନ୍ତୁ ନାହିଁ।

ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ଖୁବ୍‌ କମ୍‌ ସମୟ ପାଇଁ କିମ୍ବା ଅଧିକ ସମୟ ପାଇଁ ଶୁଅନ୍ତୁ ନାହିଁ କି ବାଧ୍ୟ ହୋଇ ଶୋଇବାକୁ ଚେଷ୍ଟା କରନ୍ତୁ ନାହିଁ।

 



from Odisha Reporter https://ift.tt/2PcrrZU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages