
ଲକ୍ଷ୍ନୌ: ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଓ ସଞ୍ଜୟ ମଞ୍ଜରେକର ଗୁରୁତର ଆହତ ହେବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗତକାଲି ଲକ୍ଷ୍ନୌରେ ନବନିର୍ମିତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ କମେଣ୍ଟ୍ରି ବକ୍ସରେ ଲାଗିଥିବା କାଚ କବାଟ ହଠାତ୍ ଭାଙ୍ଗି ଯାଇଥିଲା। ସେତେବେଳେ କମେଣ୍ଟ୍ରି ବକ୍ସ ଭିତରେ ଗାଭାସ୍କର ଓ ମଞ୍ଜରେକର ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ- ଅଟଳଙ୍କ ନାମରେ ନାମିତ ହେଲା ଏକ୍ନା ଷ୍ଟାଡିୟମ୍
ମଞ୍ଜରେକର କହିଛନ୍ତି, କମେଣ୍ଟ୍ରି ବକ୍ସର ଗୋଟିଏ କାଚ କବାଟ ତାସ୍ ଘର ଭାଙ୍ଗିଲା ଭଳି ଭାଙ୍ଗି ଯାଇଥିଲା। ଭାଗ୍ୟ ଭଲ ଏଥିରେ କାହାରି କିଛି ହୋଇନାହିଁ।
ଏ ଘଟଣା ନେଇ ଉଭୟ ଆୟୋଜକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ଗତକାଲି ଏହି ଷ୍ଟାଡିୟମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଭାରତ ଭ୍ରମଣକାରୀ ଦଳକୁ ୭୧ ରନ୍ରେ ପରାସ୍ତ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୯୫ ରନ୍ କରିଥିଲେ। ରୋହିତ ଶର୍ମା ଅପରାଜିତ ୧୧୧ ରନ୍ କରିଥିଲେ। ୧୯୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଦଳ ୯ ୱିକେଟ୍ ହରାଇ ୧୨୪ କରିବାକୁ ସମର୍ଥ ହୋଇଥିଲା।
ଆହୁରି ପଢ଼ନ୍ତୁ- ଗୋଟିଏ ମ୍ୟାଚ୍ରେ ଏତେ ସବୁ ରେକର୍ଡ କଲେ ରୋହିତ
from Odisha Reporter https://ift.tt/2F5C9gd
No comments:
Post a Comment