ବୟଫ୍ରେଣ୍ଡଙ୍କୁ ହତ୍ୟା କରି ତାଙ୍କରି ମାଂସରେ ଶ୍ରମିକଙ୍କୁ ଭୋଜି ଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ବୟଫ୍ରେଣ୍ଡଙ୍କୁ ହତ୍ୟା କରି ତାଙ୍କରି ମାଂସରେ ଶ୍ରମିକଙ୍କୁ ଭୋଜି ଦେଲେ ମହିଳା

ଦୁବାଇ: ୟୁଏଇରେ ରହୁଥିବା ମରକ୍କୋର ଜଣେ ମହିଳାଙ୍କ ଅଜବ କାରନାମା ଏବେ ସାମ୍ନାକୁ ଆସିଛି। ମହିଳା ଜଣଙ୍କ ତାଙ୍କ ବୟଫ୍ରେଣ୍ଡଙ୍କୁ ହତ୍ୟା କରିବା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ଏହାପରେ ଏହାକୁ ଭାତରେ ମିଶାଇ ବିରିୟାନୀ ପ୍ରସ୍ତୁତ କରିଥିଲେ।

ଏହି ଖାଦ୍ୟକୁ ପାକିସ୍ତାନରୁ ଆସି ୟୁଏଇରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଖାଇବାକୁ ଦେଇଥିଲେ। ଗୋଟିଏ ସପ୍ତାହ ତଳେ ଏହି ଘଟଣା ଘଟିଥିଲେ ହେଁ ପୁଲିସ୍‌ ମହିଳାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମୃତ ଯୁବକଙ୍କ ଭାଇ ମହିଳାଙ୍କ ରୁମ୍‌ରେ କିଛି ମଣିଷ ଦାନ୍ତ ରହିଥିବା ଦେଖିବା ପରେ ଏନେଇ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୂରା ଘଟଣା ଥିଲା ଏମିତି: ମହିଳା ଜଣଙ୍କ ଦୀର୍ଘ ୭ ବର୍ଷ ହେଲା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। କିଛି ଦିନ ତଳେ ଯୁବକ ଜଣଙ୍କ ତାଙ୍କ ସହ ସମ୍ପର୍କ ଛିନ୍ନ କରି ଅନ୍ୟଜଣେ ମରୋକ୍କାନ ମହିଳାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ମହିଳା ଜଣଙ୍କ ସମ୍ପର୍କ ଛିନ୍ନ କରିବାକୁ ରାଜି ହୋଇ ନଥିଲେ। ବରଂ ଯୁବକଙ୍କଠାରୁ ଏହାର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଥିଲେ।

ଯୁବକ ଜଣଙ୍କୁ ସେ ନିଜ ପାଖକୁ ଡାକିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ। ଏହାପରେ ତାଙ୍କୁ ହତ୍ୟା କରିଥିଲେ। ମହିଳା ଜଣଙ୍କ ମୃତଦେହକୁ କେଉଁ ଆଡ଼େ ନ ପକାଇ ଏହାକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲେ।

ଏହାକୁ ଭାତରେ ମିଶାଇ ବିରିୟାନୀ ପ୍ରସ୍ତୁତ କରିବା ପରେ ଏହାକୁ ପାକିସ୍ତାନରୁ ଆସି ଏଠାରେ ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ଖାଇବାକୁ ଦେଇଥିଲେ।

ଯୁବକଙ୍କ ଭାଇ ଗୋଟିଏ ଦିନ ମହିଳାଙ୍କୁ ତାଙ୍କ ନିଖୋଜ ଭାଇଙ୍କ ସମ୍ପର୍କରେ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ତେବେ ତାଙ୍କ ରୁମ୍‌ରେ ରଖାଯାଇଥିବା କିଛି ଦାନ୍ତକୁ ଦେଖି ସେ ସନ୍ଦେହ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଦାନ୍ତଗୁଡ଼ିକର ଡିଏନ୍‌ଏ ଟେଷ୍ଟ କରିବା ପରେ ଏହା ନିଖୋଜ ଯୁବକଙ୍କର ବୋଲି ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ମହିଳାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।



from Odisha Reporter https://ift.tt/2S9DRin

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages