ସ୍କୁଲ ପିଲାଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, ୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ସ୍କୁଲ ପିଲାଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, ୫ ମୃତ

ବେଜିଂ: ସ୍କୁଲ ଛୁଟି ହେବାପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ରାସ୍ତା ପାର ହେଉଥିଲେ। କିନ୍ତୁ ଏହି ସମୟରେ ଏକ ଦ୍ରୁତଗାମୀ କାର ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ଜୀବନ ଚାଲିଯାଇଛି। ଏଥିସହ ଅନ୍ୟ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।

ଚୀନ୍‌ର ହୁଲୁଡାଓଠାରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ପୁଲିସ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହା ଦୁର୍ଘଟଣା ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି, ତା’ର ତଦନ୍ତ ଚାଲିଛି।

ଅନ୍‌ଭେରିଫାଏଡ୍‌ ଭିଡିଓରୁ ଜଣା ପଡ଼ୁଛି ଯେ କାରଟି ବିପରୀତ ଦିଗରୁ ଆସି ସ୍କୁଲ ପିଲାଙ୍କୁ ଧକ୍କା ଦେଇଥିଲା। ତେବେ କୌଣସି ଗଣମାଧ୍ୟମ ଏହାର ଭିଡିଓ ବ୍ୟବହାର କରିନାହାନ୍ତି। ଏହା କେବଳ ସୋଶାଲ୍‌ ମିଡିଆରେ ହିଁ ଭାଇରାଲ୍‌ ହୋଇଛି।

ଏଥିରେ ସତ୍ୟତା ରହିଛି କି ନାହିଁ ଜଣାପଡ଼ି ନାହିଁ। ସେହିପରି ଅନ୍ୟ ଏକ ଭିଡିଓରେ ଦୁଇ ଜଣ ଛୋଟ ଛୁଆ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ହେଲେ ଏହି ଭିଡିଓର ସତ୍ୟାସତ୍ୟ ମଧ୍ୟ ଜଣାପଡ଼ିନାହିଁ।

ପୂର୍ବରୁ ଏକ ସ୍କୁଲ ବାହାରେ କିଛି ଛାତ୍ରଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିଲା। ଏହା ସହ ଏଭଳି ଦୁର୍ଘଟଣାର ସମ୍ପର୍କ ରହିଛି କି ନାହିଁ, ପୁଲିସ୍‌ ତା’ର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2Qct0Xl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages