ବୀରୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲକ୍ଷ୍ମଣ, ପାଟିରୁ ଶବ୍ଦ ବାହାରି ନଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ବୀରୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲକ୍ଷ୍ମଣ, ପାଟିରୁ ଶବ୍ଦ ବାହାରି ନଥିଲା

tt

ନୂଆଦିଲ୍ଲୀ: ୨୦୦୧ ମସିହା କଥା। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଥିଲା ଭାରତ। ଭାରତରେ ହିଁ ଏହି ସିରିଜ୍ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍ ବାଙ୍ଗାଲୋରରେ ଖେଳା ଯାଇଥିଲା। ଏଥିରେ ବୀରେନ୍ଦ୍ର ସେହୱାଗ ୫୮ ରନ୍ କରିଥିଲେ ଓ ତା’ ସହିତ ତିନିଟି ୱିକେଟ୍ ମଧ୍ୟ ନେଇଥିଲେ। ତେଣୁ ତାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଘୋଷଣା କରାଯାଇଥିଲା।

ପୁନେରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ ପୂର୍ବ ରାତିରେ ବୀରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣ ଓ ଜାହିର ଖାନ୍ ଏକାଠି ଡିନର୍ କରିବାକୁ ଯାଇଥିଲେ। ଏହି ସମୟରେ ଲକ୍ଷ୍ମଣଙ୍କୁ ସେହୱାଗ ଯେଉଁ କଥା କହିଥିଲେ, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେହୱାଗ ତାଙ୍କୁ କହିଥିଲେ,“ଲକ୍ଷ୍ମଣ ଭାଇ, କୋଲକାତା ଟେଷ୍ଟରେ ତ୍ରିଶତକ କରିବା ପାଇଁ ଆପଣଙ୍କ ପାଖରେ ସୁଯୋଗ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଆପଣ କରିପାରିଲେ ନାହିଁ। ଏବେ ଆପଣ ଅପେକ୍ଷା କରନ୍ତୁ। ଆପଣ ଦେଖିବେ ଟେଷ୍ଟରେ ତ୍ରିଶତକ ମାରିବାରେ ମୁଁ ପ୍ରଥମ ଭାରତୀୟ ହେବି।”

ସେହୱାଗଙ୍କ ଏ କଥା ଶୁଣି ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ପାଟିରୁ ଶବ୍ଦ ବାହାରି ନଥିଲା। କାରଣ ସେତେବେଳକୁ ସେହୱାଗ ମାତ୍ର ୪ଟି ମ୍ୟାଚ୍ ଖେଳିଥିଲେ। ଟେଷ୍ଟ୍ ମ୍ୟାଚ୍ ପାଇଁ ଚୟନ ହେବେ କି ନାହିଁ ଠିକ୍ ନଥିଲା। କିନ୍ତୁ ସେ ଟେଷ୍ଟରେ କୀର୍ତ୍ତିମାନ ପ୍ରତିଷ୍ଠା କରିବେ ବୋଲି ଦାବି କରିଥିଲେ।

sehwagପରେ ଲକ୍ଷ୍ମଣ ଭାବିଲେ ସେହୱାଗ ତାଙ୍କୁ ମଜାରେ ସେମିତି କହିଥିବେ। କିନ୍ତୁ ଲକ୍ଷ୍ମଣଙ୍କ ଏ ଭାବନା ଭୁଲ୍ ଥିଲା। ସେହୱାଗ ପୂରା ସିରିୟସ୍ ହୋଇ ଏକଥା କହିଥିଲେ।

ଏହାର ୩ ବର୍ଷ ପରେ ୨୦୦୪ରେ ପାକିସ୍ତାନରେ ମୁଲତାନ୍ ଟେଷ୍ଟରେ ତ୍ରିଶତକ ମାରିଥିଲେ ସେହୱାଗ। ତ୍ରିଶତକ ମାରିବା ପରେ ସେ ଆସି ଲକ୍ଷ୍ମଣଙ୍କୁ କହିଥିଲେ,“ଭିଭିଏସ୍‌, ଏମିତି କରିବି ବୋଲି ମୁଁ ଆପଣଙ୍କୁ କହିଥିଲି।”

ସେହୱାଗ ପୁନେରେ କରିଥିବା ଦାବି ପୂରା କରିବା ପାଇଁ ଏତେ ଆତ୍ମବିଶ୍ୱାସ କେଉଁଠୁ ଆଣିଲେ? ଏ ପ୍ରଶ୍ନ ଲକ୍ଷ୍ମଣଙ୍କ ମନକୁ ଆସିଥିଲା ଓ ସେ ସେହୱାଗଙ୍କୁ ଯାଇ ଏ ବିଷୟରେ ପଚାରିଥିଲେ।

ସେହୱାଗ କହିଥିଲେ,“ଭିଭିଏସ୍‌, ତ୍ରିଶତକ ହାସଲ କରିବାକୁ ହେଲେ ଦ୍ରୁତ ଗତିରେ ରନ୍ କରିବାକୁ ପଡ଼ିବ। ଆପଣଙ୍କୁ ଏକାଧିକ ଶଟ୍ ଖେଳିବାକୁ ପଡ଼ିବ ଏବଂ ଶୀଘ୍ର ଶୀଘ୍ର ରନ୍ କରିବାକୁ ପଡ଼ିବ। କିନ୍ତୁ ଭାରତୀୟ ଟିମ୍‌ରେ ଏମିତି କେହି କରୁଥିବା ମୁଁ ଦେଖୁନି।”

ଭାରତର ଅନ୍ୟତମ ପ୍ରସିଦ୍ଧ ଟେଷ୍ଟ୍ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ତାଙ୍କ ଆତ୍ମଜୀବନୀ ‘୨୮୧ ଆଣ୍ଡ ବିୟଣ୍ଡ’ରେ ଏ କଥା ଲେଖିଛନ୍ତି। ଏଥିରେ ସେ ସେହୱାଗଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କ ବିଷୟରେ କିଛି ଅଜଣା କଥା ମଧ୍ୟ ଲେଖିଛନ୍ତି।



from Odisha Reporter https://ift.tt/2A1n1uy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages