ମହିଳାଙ୍କୁ ‘କେଉଁଠି ଶୋଇଥିଲ’ ବୋଲି କହି ହରଡ଼ଘଣାରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ମହିଳାଙ୍କୁ ‘କେଉଁଠି ଶୋଇଥିଲ’ ବୋଲି କହି ହରଡ଼ଘଣାରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଜଣେ ମହିଳା ଚାଷୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ବାସ୍ତବରେ ସେ କିଛି ଅଲଗା କହିବାକୁ ଚାହୁଁଥିଲେ ହେଁ ଇଂରାଜୀରେ ଭୁଲ ଅନୁବାଦ କରି କୁମାରସ୍ୱାମୀ ଅଜବ କଥା କହିଛନ୍ତି।

ଜଣେ ମହିଳାଙ୍କୁ ଏଯାଏ କେଉଁଠାରେ ଶୋଇଥିଲ ବୋଲି ପ୍ରଶ୍ନ କରିଥିବାରୁ ବିରୋଧୀ ବିଜେପି ଏହାକୁ ଅସ୍ତ୍ର କରି କୁମାରସ୍ୱାମୀଙ୍କୁ ଘେରିବାକୁ ଉଦ୍ୟମ କରିଛି।

ଉତ୍ତର କର୍ଣ୍ଣାଟକାରେ ଶହଶହ ଆଖୁ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ ଥିବା ଜଣେ ମହିଳା ଚାଷୀ କୁମାରସ୍ୱାମୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଏହାର ଜବାବ କନ୍ନଡ ଭାଷାରେ ଦେଇ କହିଥିଲେ “ଥାୟି(ମା’), ତୁମେ ଗଲା ୪ ବର୍ଷ ହେଲା କେଉଁଠି ଶୋଇଥିଲ?” where were you sleeping for the last four years”… ଏଥିସହ ସେ କହିଥିଲେ ଚାଷୀମାନେ ନୁହନ୍ତି ବରଂ କିଛି ସଂଗଠନ ଜାଣିଶୁଣି ସରକାରଙ୍କ ବିରୋଧରେ ଏଭଳି ଆନ୍ଦୋଳନର ଷଡ଼ଯନ୍ତ୍ର କରୁଛନ୍ତି।

ବିଜେପି ଏହାକୁ ଢାଲ କରି କୁମାରସ୍ୱାମୀ ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି।

ବିବାଦ ପରେ ନିଜ ମତ ଉପରେ କୁମାରସ୍ୱାମୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ ମୁଁ ଯାହା କହିଥିଲି, ତାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ କହିଥିଲି, ଆପଣ ଏବେ କ’ଣ ପାଇଁ ଏଭଳି ପ୍ରସଙ୍ଗ ଉଠାଇବାକୁ ନିଦରୁ ଉଠିଲେ? କ’ଣ ଆପଣ ଏତେଦିନ ଯାଏ ଶୋଇଥିଲେ? ମୁଁ କେବେ ହେଲେ ମହିଳାଙ୍କୁ ଅସମ୍ମାନ କରେନାହିଁ।“



from Odisha Reporter https://ift.tt/2qUCok9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages