ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ

କୋଣାର୍କ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଅଁଳା ନବମୀ ବେଳର ଫଟୋ ଭାଇରାଲ୍ ହୋଇଛି। ବାସୁଦେବଗୁଡୁ ସ୍ୱାଇଁ ନାମକ ଜଣେ ଯୁବକ ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଫଟୋ ଭାଇରାଲ କରିଥିବା ସୂଚନା ମିଳିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଅଁଳା ନବମୀରେ ଗୋପାଳଜିଉଙ୍କ ନଟବର ଓ ରାଧାରାଣୀଙ୍କ ଓଡ଼ିଆଣୀ ବେଶର ଫଟୋ କେମିତି ଉଠିଲା ଓ ଭାଇରାଲ୍‌ ହେଲା ତାହା ତଦନ୍ତ ସାପେକ୍ଷ।

ସେହିପରି ଶ୍ରୀମନ୍ଦିରର ଭିତର ଫଟୋ ମଧ୍ୟ ଭାଇରାଲ୍‌ ହୋଇଛି। ସୁରଟର ଜଣେ ଶ୍ରଦ୍ଧାଳୁ ତେଜସ ସେଲରଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋ ଭାଇରାଲ୍‌ କରାଯାଇଛି। ଏହାଛଡ଼ା ଲିଙ୍ଗରାଜ ମନ୍ଦିରର ଫଟୋ ମଧ୍ୟ ଭାଇରାଲ୍‌ ହୋଇଛି।
କିଛି ଦିନ ତଳେ ମନ୍ଦିର ପରିସରର ଫଟୋ ଭାଇରାଲ୍‌ କରି ସସ୍‌ପେଣ୍ଡ ହୋଇଥିଲେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା। ଏଥିପାଇଁ ତାଙ୍କୁ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ସସ୍‌ପେଣ୍ଡ୍‌ କରିଥିଲେ। ସବ୍ଇନ୍ସପେକ୍ଟର ଶ୍ରୀ ପଣ୍ଡା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋକୁ ଅପଲୋଡ଼ କରିଥିଲେ। ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସାଙ୍ଗକୁ ବେଢ଼ାରେ ଛିଡ଼ା ହୋଇଥିବା ବେଳେ କିଛି ଫଟୋକୁ ସେ ଭାଇରାଲ କରିଥିଲେ।



from Odisha Reporter https://ift.tt/2RZKCTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages