‘ସହିଦ୍‌ ବାପା’ଙ୍କ ଝିଅର ଜନ୍ମଦିନରେ ଟ୍ୱିଟର୍‌ରେ ଶୁଭେଚ୍ଛାର ସୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

‘ସହିଦ୍‌ ବାପା’ଙ୍କ ଝିଅର ଜନ୍ମଦିନରେ ଟ୍ୱିଟର୍‌ରେ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କୁହାଯାଏ, ବାପା ହେଉଛନ୍ତି କୌଣସି ବି ଝିଅ ପାଇଁ ଜୀବନର ପ୍ରଥମ ଓ ପ୍ରକୃତ ହିରୋ। କାରଣ ବାପାଙ୍କ ରୂପରେ ଜୀବନରେ ପ୍ରଥମ ପୁରୁଷର ହାତ ଧରି ଝିଅଟି ଏହି ଦୁନିଆରେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ। ସେଥିପାଇଁ ଝିଅ ପାଇଁ ସାରା ଦୁନିଆ ଗୋଟିଏ ପଟେ ଥିବାବେଳେ ଆରପଟେ ରହିଥା’ନ୍ତି ତା ବାପା।

ଏମିତି ଦିନ ଥିଲା, ଯେତେବେଳେ ୨ବର୍ଷର ଝିଅ ନୈନା(ଏବେ ୫ ବର୍ଷ)ର ହାତ ଧରି ତାଙ୍କ ବାପା ମେଜର୍‌ ଗିରୀଶ ଜନ୍ମଦିନର କେକ୍‌ କାଟୁଥିଲେ। ସେତେବେଳେ ବୋଧହୁଏ  ଜୀବନରେ ବାପାଙ୍କ ଆବଶ୍ୟକତାକୁ ସେମିତି ବୁଝି ପାରୁନଥିଲେ ବି ନୈନା କିନ୍ତୁ ହସୁଥିଲେ ଏବଂ ଖୁସିରେ ଖାଲି ବାପାଙ୍କୁ ଚାହୁଁଥିଲେ।

ଆଜି କିନ୍ତୁ ବାପା ତାଙ୍କ ପାଖରେ ନାହାନ୍ତି। ବାପାଙ୍କ ମୃତ୍ୟୁକୁ ୨ବର୍ଷ ହୋଇଗଲାଣି। ୫ ବର୍ଷରେ ପାଦ ଥାପିଥିବା କୁନି ଝିଅ ନୈନା ଗତ ରବିବାର ବାପାଙ୍କ ଅନୁପସ୍ଥିତିରେ ନିଜ ଜନ୍ମଦିନ ପାଳିଛନ୍ତି। ଏହି ଅବସରରେ ନୈନାଙ୍କ ଜେଜେ ମା’ ମେଜର ଗିରିଶ୍‌ ବଞ୍ଚିଥିବାବେଳେ ନୈନାଙ୍କ ୨ୟ ଜନ୍ମଦିନ ପାଳନର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି।

ଭିଡିଓ ଶେୟାର କରି ସେ ଲେଖିଛନ୍ତି, ‘ନୈନାର ବାପା, ଯେ ସବୁବେଳେ ତା’ ହାତ ଧରି ତାକୁ ସୁରକ୍ଷା ଦେଉଥିଲେ, ଆଜି ତା’ ହାତ ଛାଡ଼ି ଚାଲିଯାଇଛନ୍ତି । ଅନ୍ୟ ପିଲାଙ୍କୁ ବଞ୍ଚାଇବାକୁ ଯାଇ ସେ ନକ୍ସଲ୍‌ ଆକ୍ରମଣରେ ସହିଦ୍‌ ହୋଇଯାଇଛନ୍ତି।’

ଏବେ ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୪୭.୦୦୦ରୁ ଅଧିକ ଲୋକ ଏହି ଭିଡିଓରେ ରି-ଟ୍ୱିଟ୍‌ କରିଛନ୍ତି। କିଛି ଲୋକ ସହିଦ୍‌ ମେଜର୍‌ ଗିରୀଶ୍‌ଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ଲୋକ ନୈନାଙ୍କୁ ବାପାଙ୍କ ପରି ଜଣେ ମହାନ୍‌ ମଣିଷ ହେବାପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ନଭେମ୍ବର୨୯ରେ ମେଜର୍‌ ଗିରୀଶ୍ ନକ୍ସଲ୍‌ ଆକ୍ରମଣରେ ସହିଦ୍‌ ହୋଇଥିଲେ। ନକ୍ସଲ୍‌ମାନେ କିଛି ମହିଳା ଏବଂ ଶିଶୁଙ୍କୁ ଆକ୍ରମଣ କରୁଥିବା ବେଳେ ଗିରୀଶ୍‌ ନକ୍ସଲଙ୍କ ଆକ୍ରମଣରୁ ସେମାନଙ୍କୁ ବଞ୍ଚାଇ ନିଜେ କିନ୍ତୁ ଘଟଣାସ୍ଥଳରେ ସହିଦ୍‌ ହୋଇ ଯାଇଥିଲେ।



from Odisha Reporter https://ift.tt/2OqEZLY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages