ଏହିସବୁ ଔଷଧ ଖାଇବା ପୂର୍ବରୁ ଚିନ୍ତା କରନ୍ତୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଏହିସବୁ ଔଷଧ ଖାଇବା ପୂର୍ବରୁ ଚିନ୍ତା କରନ୍ତୁ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଥଣ୍ଡା, ଜ୍ୱର ଓ କାଶ ହେଲେ ଅଧିକାଂଶ ଲୋକ ସାଧାରଣତଃ ଘର ଫାଷ୍ଟ୍‌ଏଡ୍‌ ବକ୍ସରେ ପୂର୍ବରୁ ରହିଥିବା ଆଣ୍ଟି-ବାୟୋଟିକ୍ସ ଖାଇଥା’ନ୍ତି। ଏହାପରେ ଅବଶ୍ୟ ସେମାନେ ସୁସ୍ଥ ଅନୁଭବ କରିଥା’ନ୍ତି। କିନ୍ତୁ ଏହି ଔଷଧ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଶୀଘ୍ର ସୁସ୍ଥ ହେବା ପାଇଁ ଆମ ଭିତରୁ ପ୍ରାୟ ଅଧିକାଂଶ କରୁଥିବା ଏହି କାର୍ଯ୍ୟ ଭବିଷ୍ୟତରେ ଶରୀର ପାଇଁ ନାନା ସମସ୍ୟା ସୃଷ୍ଟି କରିଥାଏ। ଏକ ଗବେଷଣାରୁ ଏହା ଜଣାପଡ଼ିଛି।
ଆମେରିକା ଆକାଡେମୀ ଅଫ୍‌ ପେଡିଆଟ୍ରିକ୍ସ୍‌ ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ୍‌ ଆଣ୍ଡ୍‌ ଏକ୍‌ଜିବିସନ୍‌ରେ ଏହି ଗବେଷଣାରୁ ମିଳିଥିବା ତଥ୍ୟକୁ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି , ବଳକା ଆଣ୍ଟି- ବାୟୋଟିକ୍ସ ମେଡିସିନ୍‌ ଖାଇବା ଦ୍ୱାରା ଶରୀରରେ ଆଣ୍ଟି-ବାୟୋଟିକ୍‌ ରେସିସ୍‌ମେଣ୍ଟ୍‌ ଇନ୍‌ଫେକ୍‌ସନ୍‌ ହେବାର ଆଶଙ୍କା ରହିଛି।
ଗବେଷକଙ୍କ କହିବା ଅନୁସାରେ, ଏହା କେବଳ ସେହି ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ, ଯେଉଁମାନେ ଡାକ୍ତରଙ୍କ ପରାମର୍ଶ ନ ନେଇ ଆଣ୍ଟି-ବାୟୋଟିକ୍ସ ସେବନ କରିଥା’ନ୍ତି, ବରଂ ଯେଉଁମାନେ ଦୀର୍ଘ ଦିନ ଧରି ରହିଯାଇଥିବା ଆଣ୍ଟି-ବାୟୋଟିକ୍ସ ସେବନ କରନ୍ତି,ସେମାନଙ୍କ ପାଇଁ ମଧ୍ୟ କ୍ଷତିକାରକ।
ଆଣ୍ଟି- ଅକ୍ସିଡାଣ୍ଟ୍‌ରେ ଥିବା ବ୍ୟାକ୍ଟେରିଆ ରୋଗକୁ ଭଲ କରିଥା’ନ୍ତି ସତ କିନ୍ତୁ କିଛି ଦିନ ରହିଯିବା ପରେ ଏହି ବ୍ୟାକ୍ଟେରିଆ ଶରୀର ପାଇଁ କ୍ଷତିକାରକ ବ୍ୟାକ୍ଟେରିଆରେ ପରିଣତ ହୋଇଥା’ନ୍ତି।
ଏହି ଗବେଷଣାରେ ୪୯୬ ଜଣ ପରିବାରଙ୍କୁ ସାମିଲ୍‌ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ, ସେମାନଙ୍କ ମଧ୍ୟରୁ ୪୮.୨ ପ୍ରତିଶତ ଲୋକ ବଳକା ଔଷଧକୁ ରଖିଥା’ନ୍ତି ଏବଂ ପରେ ବ୍ୟବହାର କରନ୍ତି। କିନ୍ତୁ ୭୩ ପ୍ରତିଶତ ଲୋକଙ୍କ କହିବା ଅନୁଯାୟୀ ଔଷଧ ବଳକା ରହିଗଲେ,ସେମାନେ ଦରକାର ପଡ଼ିଲେ, ଏହାକୁ ନିଜ ଭାଇ, ଭଉଣୀ, ଛୁଆ ଏବଂ ଘରର ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଖାଇବାକୁ ଦେଇଥା’ନ୍ତି।
ଗବେଷକଙ୍କ କହିବା ଅନୁସାରେ, ରୋଗୀଙ୍କୁ ଦିଆଯାଉଥିବା ଆଣ୍ଟି-ବାୟୋଟିକ୍ସକୁ ବୟସ ଅନୁସାରେ ବିଭକ୍ତ କରାଯାଇଥାଏ।
ଗବେଷଣାରେ ସାମିଲ୍‌ ହୋଇଥିବା ୧୬ ପ୍ରତିଶତ ଲୋକ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ, ସେମାନେ ତାଙ୍କ ଛୁଆଙ୍କୁ ଅନେକ ସମୟରେ ବୟସ୍କ ଲୋକଙ୍କ ମେଡିସିନ୍‌ ଖାଇବାକୁ ଦେଇଥା’ନ୍ତି।
ତେବେ ଗବେଷକଙ୍କ ମତରେ, ଏହାକୁ ଖାଇବା ପରେ ଭବିଷ୍ୟତରେ ଗଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଗବେଷକଙ୍କ କହିବା ଅନୁସାରେ, ଆଣ୍ଟି-ବାୟୋଟିକ୍ସର ବ୍ୟବହାର ଏବଂ ଏହାର କାର୍ଯ୍ୟକାରିତା ବିଷୟରେ ଲୋକମାନଙ୍କୁ ଅଧିକ ସଚେତନ କରାଗଲେ, ଏହି ସମସ୍ୟାର ସମାଧାନ ହୋଇପାରିବ।
ସେମାନଙ୍କୁ ଏହି କଥାର ବୁଝାଇବାକୁ ପଡ଼ିବ ଯେ ସମସ୍ତ ରୋଗ ପାଇଁ ଆଣ୍ଟି-ବାୟୋଟିକ୍ସ ଜରୁରୀ ନୁହେଁ।



from Odisha Reporter https://ift.tt/2DmS4oy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages