
ନୟାଗଡ଼(ସୁରଜଗ ଦେବ): ବିଜେଡି କର୍ମୀଙ୍କ ନାଁରେ ଆସିଛି ଗୁଣ୍ଡାରାଜ ଅଭିଯୋଗ। ୫ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭଯୋଗ ହୋଇଛି। ଆହତମାନଙ୍କର ଏତିକି ଦୋଷ ଥିଲା ଯେ ସେମାନେ ବିଜେଡି ପଦଯାତ୍ରାରେ ସାମିଲ ହୋଇ ନଥିଲେ।
ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁରୁ। ପଦଯାତ୍ରାରେ ସାମିଲ ନହେବାରୁ ଗାଁର ଦୁଇଟି ପରିବାର ଉପରେ ବିଜେଡି କର୍ମୀ ଟାଙ୍ଗିଆରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାରେ ଆହତ ଦୁଇ ପରିବାରର ୫ ଜଣଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ତିନିଦିନ ପୂର୍ବେ ଶଙ୍ଖେଇ ଗାଁରେ ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ପଦଯାତ୍ରା ହୋଇଥିଲା। ଏଥିରେ ସାମିଲ ହେବାକୁ ଏହି ଦୁଇ ପରିବାରଙ୍କୁ କୁହାଯାଇଥିଲା। ହେଲେ ଏମାନେ ପଦଯାତ୍ରାରେ ସାମିଲ ହୋଇ ନଥିଲେ।
ଏହି ପ୍ରସଙ୍ଗରେ ପୁଲିସ୍ କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2z5vXiF
No comments:
Post a Comment