କେଉଁ କାମରେ ଯିବା ପୂର୍ବରୁ କ’ଣ ଖାଇଲେ ଶୁଭ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

କେଉଁ କାମରେ ଯିବା ପୂର୍ବରୁ କ’ଣ ଖାଇଲେ ଶୁଭ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କୌଣସି ଜରୁରୀ କାମରେ ବାହାରିବା ପୂର୍ବରୁ ଘରେ ବୟସ୍କମାନେ ଠାକୁରଙ୍କୁ ମୁଣ୍ଡିଆ ମାରି ଯିବାକୁ କହିଥା’ନ୍ତି। ସେହିଭଳି ଯାତ୍ରା ଓ ଏସମ୍ପର୍କିତ କାର୍ଯ୍ୟରେ ଶୁଭ ଫଳ ପାଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ଅନୁସାରେ ନାନା ଉପାୟ ଆପଣାଇଥା’ନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ବା ଶୁଭ ଫଳ ପାଇଁ ଘରୁ ବାହାରିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖାଇବା ଆବଶ୍ୟକ।

ଆସନ୍ତୁ ଜାଣିବା, କେଉଁ କାମ ପାଇଁ ଘରୁ ବାହାରିବା ପୂର୍ବରୁ କ’ଣ ଖାଇଲେ, ଶୁଭ ଫଳ ମିଳିବା ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି।

୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଉଛନ୍ତି, ତେବେ ଦହି ଖାଇ ଘରୁ ବାହାରନ୍ତୁ। ଏହାଦ୍ୱାରା ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ।

 ୨. ଯଦି ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ ଘରୁ ବାହାରିବା ବେଳେ ଦହି ଓ ଚିନି ଖାଇ ଯାଆନ୍ତୁ। ଏହାଦ୍ୱାରା ପରୀକ୍ଷାରେ ଭଲ ହୋଇଥାଏ।

୩. ଆପଣ ଯଦି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତେବେ ମିଶ୍ରି ଖାଇ ଘରୁ ବାହାରନ୍ତୁ। ଏହାଦ୍ୱାରା ଆପଣଙ୍କ ଇଣ୍ଟରଭ୍ୟୁ ଭଲ ହେବା ସହ ଶୁଭଫଳ ପ୍ରାପ୍ତି ହେବ।

୪. ଯଦି ଆପଣ କାହାର ବାହାଘର ସମ୍ପର୍କରେ କଥା ହେବାକୁ ଯାଉଛନ୍ତି, ତେବେ ପାନପତ୍ର ଓ ଗୁଜୁରାତି ଖାଇ ଘରୁ ବାହାରନ୍ତୁ। ଏହା ଅନେକ ଶୁଭ ବୋଲି କୁହାଯାଏ ଏହା ଖାଇବା ଦ୍ୱାରା ବାହାଘର ପକ୍କା ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

୫. ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସାରିବା ଲକ୍ଷ୍ୟରେ ଯଦି ଆପଣ ଯାଉଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ମିଶ୍ରି ଓ ପାନମଧୁରୀ ଖାଇ ଯାଆନ୍ତୁ। ଏହା ଆପଣଙ୍କ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ଅବଶ୍ୟ ସହାୟକ ହେବ।

୬. ଘର କିମ୍ବା ଜମିବାଡ଼ି କିଣିବାକୁ ଯାଉଥିଲେ, ଗୁଡ଼ ଖାଇ ଘରୁ ବାହାରନ୍ତୁ। ଏହା ସମସ୍ତ ବାଧାବିଘ୍ନ ଦୂର କରିଥାଏ।



from Odisha Reporter https://ift.tt/2T34WVs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages