ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ରୋଗୀଙ୍କୁ ନାକରୁ ବାହାରିଲା ଆଲୁମିନିୟମ୍ ଖଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଓଡ଼ିଶାରେ ବିରଳ ଅସ୍ତ୍ରୋପଚାର: ରୋଗୀଙ୍କୁ ନାକରୁ ବାହାରିଲା ଆଲୁମିନିୟମ୍ ଖଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଏକ ବିରଳ ତଥା ସଫଳ ଅସ୍ତ୍ରୋପଚାର ଜରିଆରେ ଜଣେ ରୋଗୀଙ୍କ ନାକରୁ ୨୦ଗ୍ରାମ୍‌ ଓଜନର ଆଲୁମିନିୟମ୍ ଖଣ୍ଡ କଢ଼ା ଯାଇଛି।

ରାଜଧାନୀର ସମ୍‌ ହସ୍‌ପିଟାଲ୍‌ରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏଣ୍ଡୋସ୍କୋପିକ୍‌ ସ୍କଲ୍‌ ବେସ୍ ସର୍ଜନ୍‌ ତଥା ହସ୍‌ପିଟାଲ୍‌ର କର୍ଣ୍ଣ, ନାସା, ଗଳା ଏବଂ ସ୍କଲ୍‌ ବେସ୍‌ ସର୍ଜରୀ ବିଭାଗର ସିନିଅର୍‌ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ରାଧାମାଧବ ସାହୁ ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି।

ସଂପୃକ୍ତ ରୋଗୀ ସୁରଟ୍‌ର ଏକ ଆଲୁମିନିୟମ୍‌ ଶିଳ୍ପରେ କାମ କରୁଥିବାବେଳେ ଏକ ଦୁର୍ଘଟଣା ଯୋଗୁ ତାଙ୍କ ନାକ ଭିତରକୁ ଆଲୁମିନିୟମ୍ ବାଷ୍ପୀୟ ଅବସ୍ଥାରେ ଚାଲି ଯାଇଥିଲା। ପରେ ଏହା ନାକ ଭିତରେ କଠିନ୍ ଅବସ୍ଥାକୁ ଆସି ନାସା ରନ୍ଧ୍ରକୁ ବନ୍ଦ କରି ଦେଇଥିଲା। ଏହି କାରଣରୁ ସଂପୃକ୍ତ ରୋଗୀ ନିଃଶ୍ୱାସ ନେବାରେ ଯନ୍ତ୍ରଣା ଭୋଗୁଥିଲେ।

୨୨ ବର୍ଷୀୟ ପ୍ରକାଶ ମଲ୍ଲିକ ସୁରଟ୍‌ର ଏକ ଆଲୁମିନିୟମ୍‌ କମ୍ପାନୀରେ କାମ କରୁଥିବାବେଳେ ସେଠାରେ ବିସ୍ଫୋରଣ ଘଟିବାରୁ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଆଲୁମିନିୟମ୍‌ ତରଳ ବାଷ୍ପୀୟ ଆକାରରେ ନାକ ଭିତରକୁ ଚାଲି ଯାଇଥିଲା ଏବଂ ପରେ ଏହା କଠିନ ହୋଇ ପ୍ରକାଶଙ୍କ ପାଇଁ ଯନ୍ତ୍ରଣାର କାରଣ ସାଜିଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ସେ ସୁରଟ୍‌ ସମେତ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା କରାଇଥିଲେ ହେଁ ସୁଫଳ ପାଇ ପାରି ନ ଥିଲେ।

ପରେ ସମ୍ ହସ୍‌ପିଟାଲ୍‌ର ଡାକ୍ତର ରାଧାମାଧବ ସାହୁ ପ୍ରକାଶଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ମସ୍ତିଷ୍କକୁ ସଂଯୋଗ କରୁଥିବା ହାଡ଼ ସହ ଏହି ଆଲୁମିନିୟମ୍‌ ଖଣ୍ଡ ଲାଗି ରହିଥିବା ଯୋଗୁ ଏହାକୁ କାଢ଼ିବା ଏକପ୍ରକାର ଚ୍ୟାଲେଞ୍ଜ୍‌ ଥିଲା। ତେବେ ଆଡଭାନ୍‌ସ୍‌ଡ ଏଣ୍ଡୋସ୍କୋପିକ୍‌ ଟେକ୍‌ନିକ୍‌ ଦ୍ୱାରା ଡାକ୍ତର ସାହୁ ପ୍ରକାଶଙ୍କ ବାମ ନାକରେ ଜମି ରହିଥିବା ଆଲୁମିନିୟମ୍‌ ଖଣ୍ଡ କାଢ଼ିବାରେ ସଫଳ ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟାର ଅପରେସନ୍‌ ପରେ ବନ୍ଦ ହୋଇଥିବା ନାକର ଦ୍ୱାରକୁ ମଧ୍ୟ ଖୋଲାଯାଇ ପାରିଥିଲା।

ଏବେ ପ୍ରକାଶ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍‌ପିଟାଲ୍‌ ସ୍କଲ୍‌ ବେସ୍‌ ସର୍ଜରୀ ବିଭାଗ ଦ୍ୱାରା ଏହି ସଫଳ ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି।



from Odisha Reporter https://ift.tt/2FIUqQN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages