ଆତ୍ମଘୋଷିତ ବାବା ବାଲା ସାଇ ବାବାଙ୍କ ଅକାଳ ବିୟୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଆତ୍ମଘୋଷିତ ବାବା ବାଲା ସାଇ ବାବାଙ୍କ ଅକାଳ ବିୟୋଗ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ଆତ୍ମଘୋଷିତ ବାବା ବାଲା ସାଇବାବାଙ୍କ ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

୧୯୬୦ ମସିହା ଜାନୁଆରୀ ୧୪ରେ ଆନ୍ଧ୍ରପ୍ରଦେଶର କରନୁଲରେ ଜନ୍ମ ଗ୍ରହଣ କରିଥିବା ବାଲା ସାଇବାବାଙ୍କୁ ତାଙ୍କର କିଛି ଭକ୍ତ ମ୍ୟାଜିକ ବାବା ଭାବେ ମଧ୍ୟ ସମ୍ବୋଧନ କରୁଥିଲେ। ସେ ପ୍ରତିବର୍ଷ ଶିବରାତ୍ରୀ ଦିନ ନିଜ ମୁହଁରୁ ଶିବଲିଙ୍ଗ ବାହାର କରି ବେଶ ପରିଚୟ ହାସଲ କରିଥିଲେ। ଏଥିସହ ସେ ଶୂନ୍ୟରୁ ମଧ୍ୟ ଅଲଙ୍କାର ବାହାର କରି ପାରୁଥିଲେ। ତେବେ ଏହାକୁ କିଛି ଲୋକ ଆଜି ଯାଏ ମ୍ୟାଜିକ ଟ୍ରିକ ବୋଲି ବିଶ୍ୱାସ କରନ୍ତି।

ବାଲା ସାଇବାବାଙ୍କ ନାଁରେ ଜମି ବିବାଦ ଓ ଚେକ୍‌ ବାଉନ୍ସ ଭଳି ମାମଲା ମଧ୍ୟ ରହିଥିଲା। ଯାହାକୁ ନେଇ ସେ ଅନେକ ଥର ବିବାଦ ଘେରକୁ ଆସିଥିଲେ। ବାଲା ସାଇବାବାଙ୍କର ଗୋଟିଏ ଆଶ୍ରମ କରନୁଲରେ ଥିବା ବେଳେ ଆଉ ଗୋଟିଏ ହାଇଦ୍ରାବାଦରେ ରହିଥିଲା। ଅବଶ୍ୟ ତାଙ୍କର ଖ୍ୟାତି କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ରହିଥିଲେ ହେଁ ବିଦେଶରେ ତାଙ୍କର କିଛି ଶ୍ରଦ୍ଧାଳୁ ଥିବା ବିଶ୍ୱାସ କରାଯାଏ।



from Odisha Reporter https://ift.tt/2rapFdh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages