ପଛଘୁଞ୍ଚା ଦେଲେ ରାଜ୍ୟ ସରକାର: ହେବନି ମଦ ଫ୍ୟାକ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ପଛଘୁଞ୍ଚା ଦେଲେ ରାଜ୍ୟ ସରକାର: ହେବନି ମଦ ଫ୍ୟାକ୍ଟ୍ରି

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲର ବଳରାମପୁରବାସୀଙ୍କ ଜୋରଦାର ବିରୋଧ ପରେ ରାଜ୍ୟ ସରକାର ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନିଷ୍ପତ୍ତିରୁ ଓହରିଛନ୍ତି। କହିବାକୁ ଗଲେ ଗ୍ରାମବାସୀଙ୍କ ପାଖରେ ଆତ୍ମସର୍ମପଣ କରି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ବଳରାମପୁର ଗାଁରେ ଆଉ ବିୟର ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବନି ବୋଲି ସଫେଇ ଦେଇଛନ୍ତି।

ରାତି ଅଧିଆ ଗଛ କାଟି ପଦା ହୋଇଥିବା ସ୍ଥାନରେ ଆଉ ପ୍ରତିଷ୍ଠା ହେବ ନାହିଁ ମଦ ଫ୍ୟାକ୍ଟ୍ରି। ଏପରି କିଛି ନିର୍ଦ୍ଦେଶ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି। ଉତ୍ତରାଞ୍ଚଳ ଆରଡିସିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ତଥାପି ଅଞ୍ଚଳବାସୀଙ୍କ ମଧ୍ୟରେ କୁହୁଳୁ ଥିବା ଉତ୍ତେଜନାର ନିଆଁ ଥଣ୍ଡା ପଡ଼ିବାର ନା ନେଉନାହିଁ। ଜଙ୍ଗଲ ଜମି ପୂର୍ବାବସ୍ଥାକୁ ନଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି।

ଆରଡିସି ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠିରେ ମଦ ଫ୍ୟାକ୍‌ଟ୍ରି ବନ୍ଦ ପାଇଁ କୁହାଯାଇଥିଲା। ଶିଳ୍ପ ବିଭାଗ ପ୍ରମୁଖ ସଚିବଙ୍କୁ ଆରଡିସି ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, “ବଳରାମପୁରରେ ବଟଲିଂ ପ୍ଲାଣ୍ଟ ବାତିଲ୍ କରାଯାଇ ଅନ୍ୟ ସ୍ଥାନରେ ନିର୍ମାଣ କରାଯାଉ। ତା’ସହ ସେଠି ଗଛକଟା ବନ୍ଦ ରଖି ନୂଆ ଗଛ ଲଗାଯାଉ।”

treeଶୁଖି ଯାଇଛି ଗାଁ ଲୋକଙ୍କ ମୁହଁ

ଧ୍ୱଂସପ୍ରାୟ ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ କଟା ଗଛର ଶୁଖିଲା ଡାଳପତ୍ର ଦେଖି ଶୁଖି ଯାଇଛି ଗାଁ ଲୋକଙ୍କ ମୁହଁ। ତଥାପି ଜଙ୍ଗଲ ଛାଡ଼ି ଯିବାକୁ ନାରାଜ। ଯାହା କିଛି ଗଛ ବଞ୍ଚିଛି ତାକୁ ବଞ୍ଚାଇବାକୁ ଜଗି ବସିଛନ୍ତି। ଶୁଖିଲା ଡାଳ ଧରି ଆଜି ‘କରମା’ ପୂଜା କରିଛନ୍ତି ଗାଁ ଲୋକେ।

treeପଦାରେ ପଡ଼ିଲା ସରକାରଙ୍କ କଳାକାରନାମା

ବଳରାମପୁରରେ ଥିବା ଘଞ୍ଚ ଜଙ୍ଗଲକୁ ହାତେଇବା ପାଇଁ କେମିତି ହୋଇଥିଲା ଷଡ଼ଯନ୍ତ୍ର ତା’ର ଗୁମର ଖୋଲିବାରେ ଲାଗିଛି। ଗୋଚର ଜମିକୁ ପତିତ କରି ଏଠାରେ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଜମି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ପଛରେ ନ୍ୟସ୍ତସ୍ୱାର୍ଥ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ସରକାର ଓ ସରକାରୀ ବାବୁଙ୍କ କଳାକାରନାମ୍‌କୁ ପଦାରେ ପକାଇ ଦେଇଛି।

ଗ୍ରାମବାସୀ କହିଛନ୍ତି, “ଏ ସ୍ଥାନର କିସମ ପୂର୍ବରୁ ଗୋଚର ଓ ଜଙ୍ଗଲ ଥିଲା। ଏହାକୁ ତତ୍କାଳୀନ ଜିଲ୍ଲାପାଳ ଓ ତହସିଲଦାର ଚଞ୍ଚକତା କରି ପତିତ ଜମିରେ ପରିଣତ କରିଥିଲେ। ଯାହାକୁ ଏବେ ମଦ କମ୍ପାନୀ ହାତରେ ଟେକି ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା।”

ଓଟିଭି ହାତରେ ଲାଗିଥିବା ଜଙ୍ଗଲ ଜମି ପଟ୍ଟା ଦସ୍ତାବିଜରୁ ଜଣାପଡ଼ିଛି ୨୦୧୪ ମସିହାରେ ପତିତ ଜମିରେ ପରିଣତ ହୋଇଛି ଏହି ଜଙ୍ଗଲ ଓ ଗୋଚର ଜମି। ଏପରି ସ୍ଥିତିରେ ଜମିର କିସମ ପୂର୍ବାବସ୍ଥାକୁ ନଫେରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

treeପରିବେଶବିତ୍ ପ୍ରଦ୍ୟୁମ୍ନ ରଥ କହିଛନ୍ତି, “କୌଣସି ପ୍ରଶାସନିକ ଅଧିକାରୀଙ୍କ ଚକ୍ରାନ୍ତରେ ଏହାର କିସମ ବଦଳା ଯାଇଥିବା ଆମେ ସନ୍ଦେହ କରୁଛୁ। ଏହାକୁ କିଏ ଓ କାହିଁକି ବଦଳାଇଲା ଏହାର ତଦନ୍ତ ହେବା ଆବଶ୍ୟକ।”

ବଳରାମପୁର ଗ୍ରାମ୍ୟ କମିଟି ସଭାପତି ସୁଶାନ୍ତ କୁମାର ଧଳ କହିଛନ୍ତି, “୨୦୧୪ ମସିହାରେ ଓଡ଼ାପଡ଼ାର ତତ୍‌କାଳୀନ ତହସିଲଦାର ଲୋପାମୁଦ୍ରା ମହାନ୍ତି ଏବଂ ତତ୍‌କାଳୀନ ଜିଲ୍ଲାପାଳ ରୁପାରୋଶନ ସାହୁ ଜଙ୍ଗଲ ଓ ଗୋଚର କିସମକୁ ପରିବର୍ତ୍ତନ କରି ପତିତ କରିଛନ୍ତି।”

ଖାଲି ସେତିକି ନୁହେଁ ଏବର୍ଷ ଜାନୁଆରୀ ୨୯ ତାରିଖରେ ଢେଙ୍କାନାଳ ଫରେଷ୍ଟ ରେଞ୍ଜର ମଧ୍ୟ ଉକ୍ତ ସ୍ଥାନକୁ ଜଙ୍ଗଲ ବୋଲି ଦର୍ଶାଇଥିଲେ। ସରଜମିନ ତଦନ୍ତ କରି ଏକ ରିପୋର୍ଟ ଡିଏଫଓଙ୍କୁ ମଧ୍ୟ ଦେଇଥିଲେ। ଯେଉଁଠିରେ ଲେଖି ଅଛି, “ଏ ସ୍ଥାନ ଜଙ୍ଗଲରେ ଭରପୁର। ଯେଉଁଠି ଅଛି ଶାଳ, ମହୁଲ ଭଳି ବହୁ ପୁରୁଣା ମୂଲ୍ୟବାନ ଗଛ।”

ଏତେ ମୂଲ୍ୟବାନ ଗଛ ଥାଇ ଏ ସ୍ଥାନକୁ କିଭଳି କିସମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଗଲା ? ଏ ପ୍ରସ୍ତାବ କିଏ ଦେଲା? ସେହି ଅଧିକାରୀମାନଙ୍କ ବିରୋଧରେ ସରକାର ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ବିରୋଧୀଙ୍କ ଟାର୍ଗେଟ

ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଯେଉଁ ଗଛ କଟାଯାଇଛି, ଆଇନ ଉଲଂଘନ ହୋଇଛି ନା ନାହିଁ ତାହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ।”
ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ସରକାରଙ୍କ ସଦ୍‌ବୁଦ୍ଧି ହେଲା। କିନ୍ତୁ, ଗଛକଟା ପାଇଁ କିଏ ଦାୟୀ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ସରକାର ସ୍ପଷ୍ଟ କରନ୍ତୁ।



from Odisha Reporter https://ift.tt/2qTckWH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages