ଫୁସକିଲା ୨୨ରେ ବିରୋଧୀଙ୍କ ପ୍ରସ୍ତାବିତ ମହାମେଳି, ଦିଲ୍ଲୀରେ କରିଥାଆନ୍ତେ ଶକ୍ତି ପ୍ରଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଫୁସକିଲା ୨୨ରେ ବିରୋଧୀଙ୍କ ପ୍ରସ୍ତାବିତ ମହାମେଳି, ଦିଲ୍ଲୀରେ କରିଥାଆନ୍ତେ ଶକ୍ତି ପ୍ରଦର୍ଶନ

କୋଲକାତା: ମୋଦି ସରକାରଙ୍କ ବିରୋଧରେ ମହାମେଣ୍ଟ ଗଠନ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଫୁଲ ଦମରେ ଲାଗିପଡ଼ିଥିଲା ବେଳେ ଆଜି ଏଥିରେ ଭଟ୍ଟା ସୃଷ୍ଟି ହୋଇଛି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କୁ ଚେକ୍‌ ଦେବାକୁ ଦେଶର ପ୍ରାୟ ସମସ୍ତ ବିରୋଧୀ ଦଳଗୁଡ଼ିକ ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ଏକ ମହାମେଳି କରିବାକୁ ଯୋଜନା କରିଥିଲେ। କିନ୍ତୁ ଆଜି ଏହାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

ଆଜି ଚନ୍ଦ୍ରବାବୁ ନାଇଡୁ ପଶ୍ଚିମବଙ୍ଗ ଗସ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ। ଏଥିସହ ଉଭୟ ନେତା ସଚିବାଳୟରେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଥିଲେ।

ବୈଠକ ପରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ବିଜେପି ବିରୋଧରେ ଗଠନ ହେବାକୁ ଥିବା ମେଣ୍ଟର ଆଲୋଚନାର କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ହେଲେ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିରୋଧୀ କନକ୍ଲେଭ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହାର ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ମମତାଙ୍କୁ ଭେଟିବା ପୂର୍ବରୁ ବିରୋଧୀ ମହାମେଳି ୨୨ ତାରିଖରେ ହେବ ବୋଲି ଚନ୍ଦ୍ରବାବୁ କହୁଥିବା ବେଳେ ହଠାତ୍‌ ଏହାକୁ ସ୍ଥଗିତ ରଖିବା ପଛରେ କିଛି କାରଣ ଥାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମମତା ଏହି ବୈଠକ ପାଇଁ ରାଜି ହୋଇ ନଥିବାରୁ ଏହା ଫୁସକି ଯାଇଛି ବୋଲି ମଧ୍ୟ କୁହାଯାଉଛି।

ଚନ୍ଦ୍ରବାବୁ କହିଛନ୍ତି, ସିବିଆଇ, ଇଡି, ଆୟକର ବିଭାଗ, ଆର୍‌ବିଆଇ ଏବଂ ସିଏଜି ବର୍ତ୍ତମାନ ଅତ୍ୟଧିକ ଚାପରେ ରହିଛନ୍ତି। ଏ ସବୁକୁ ବ୍ୟବହାର କରି କେନ୍ଦ୍ର ସରକାର ବିରୋଧୀଙ୍କଠାରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନଭେମ୍ବର ୨୨ରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଆଗାମୀ ଦିନରେ ବିଜେପି ବିରୋଧରେ କେଉଁ ପ୍ରକାରର ରଣନୀତି ପ୍ରସ୍ତୁତ କରାଯିବ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାଆନ୍ତେ। ଏଥିସହ ସଂସଦର ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥାଆନ୍ତା।

ଏଥିରେ ରାହୁଲ ଗାନ୍ଧି, ମାୟାବତୀ, ଅଖିଲେଶ ଯାଦବ, ମୁଲାୟମ ସିଂହ ଯାଦବ, ଅରବିନ୍ଦ କେଜ୍ରିୱାଲ, ଶରଦ ପାୱାର, ଫାରୁକ ଅବଦୁଲ୍ଲା,ଏମ୍‌କେ ଷ୍ଟାଲିନ୍‌ ଏବଂ ସିପିଆଇ ଏବଂ ସିପିଆଇଏମ୍‌ର ନେତୃବୃନ୍ଦ ମଧ୍ୟ ଯୋଗ ଦେଇଥାଆନ୍ତେ। କାରଣ ଚନ୍ଦ୍ରବାବୁ ସମସ୍ତଙ୍କୁ ଭେଟି ବିଜେପି ବିରୋଧରେ ଏକାଠି ହେବାକୁ କହିଥିଲେ। ଏଥିସହ ସେ କର୍ଣ୍ଣାଟକା ଯାଇ ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବେଗୌଡ଼ା ଏବଂ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ମଧ୍ୟ ଭେଟି ସମର୍ଥନ ଯୋଗାଡ଼ କରିଥିଲେ। ହେଲେ ଏବେ ସବୁ ଫସର ଫାଟିଯାଇଥିବା ଭଳି ମନେ ହେଉଛି।



from Odisha Reporter https://ift.tt/2S2tw7A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages