ଏହି ଆପ୍‌ରେ ପର୍ଣ୍ଣ ସାଇଟ୍‌କୁ ଗଲେ ଆପଣ ଶୁଣିବେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଏହି ଆପ୍‌ରେ ପର୍ଣ୍ଣ ସାଇଟ୍‌କୁ ଗଲେ ଆପଣ ଶୁଣିବେ…

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ପର୍ଣ୍ଣ ଭିଡିଓ ଦେଖିବା ଯୁବ ସମାଜ ପାଇଁ ଏକ ସାଧାରଣ କାର୍ଯ୍ୟରେ ପରିଣତ ହୋଇଛି। କାମ ଉଦ୍ଦୀପନା ସୃଷ୍ଟି କରୁଥିବା ଚିତ୍ର ଦେଖି ଉତ୍‌ଶୃଙ୍ଖଳ ହେଉଛନ୍ତି ଯୁବପିଢୀ। ଏଥିପାଇଁ ଭାରତ ସରକାର ଅନେକ ପର୍ଣ୍ଣ ସାଇଟ୍‌ ବନ୍ଦ କରି ଦେଇଛନ୍ତି। ରିଲାଏନ୍ସ ଜିଓ ମଧ୍ୟ ୮୦୦ ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କରିଛି।

କିନ୍ତୁ କେବଳ ସରକାର ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ଏହି କାର୍ଯ୍ୟରୁ ଯୁବପିଢୀଙ୍କୁ ନିବୃତ୍ତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସବୁବେଳେ ଚର୍ଚ୍ଚା ହୁଏ। ବିଂଶ ଶତାବ୍ଦୀର ଆଧୁନିକ ଭାରତରେ ପର୍ଣ୍ଣ ସାଇଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏକ ଚ୍ୟାଲେଞ୍ଜ୍‌ କହିଲେ ଚଳେ।

ଏହି କାର୍ଯ୍ୟକୁ ଏକ ଚ୍ୟାଲେଞ୍ଜ୍‌ ଭାବରେ ଗ୍ରହଣ କରି ୨୦୧୭ରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡକ୍ଟର ବିଜୟ ନାଥ ମିଶ୍ର ଏକ ଆପ୍‌ ତିଆରି କରିଛନ୍ତି।
ଏହା କୌଣସି ଏମିତି ସେମିତି ଆପ୍‌ ନୁହେଁ, ସୋଶାଲ ମିଡ଼ିଆରେ ଯେଉଁ ୟୁଜର୍ସମାନେ ପର୍ଣ୍ଣ ସାଇଟ୍‌କୁ ଯିବାକୁ ଚାହିଁବେ, ଏହି ଆପ୍‌ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିବ। ଏହି ଆପ୍‌ର ନାମ ରଖାଯାଇଛି ‘ହର୍‌ ହର୍‌ ମହାଦେବ’। ଏବେ ଆପଣ ଚିନ୍ତା କରୁଥିବେ, ଏହି ଆପ୍‌ କିପରି ପର୍ଣ୍ଣ ସାଇଟ୍‌କୁ ନ ଯିବା ପାଇଁ ଯୁବପିଢୀଙ୍କୁ ସାହାଯ୍ୟ କରିବ?

ପ୍ରତ୍ୟେକ ସମୟରେ ସୋଶାଲ ମିଡିଆରେ ଜଣେ ୟୁଜର୍‌ ପନୋଗ୍ରାଫିକ୍‌ ସାଇଟ୍‌କୁ ଯିବା ପାଇଁ ଚେଷ୍ଟା କରିଥାଏ। କିନ୍ତୁ ଏହା ଏପରି ଏକ ଆପ୍‌, ଯାହା ଇନ୍‌ଷ୍ଟଲ୍‌ କରିବା ପରେ ଆପଣ ପର୍ଣ୍ଣ ସାଇଟ୍‌କୁ ଗଲେ, ଭକ୍ତି ପୂର୍ଣ୍ଣ ଭଜନ ବା କୌଣସି ମହାପୁରୁଷଙ୍କ ଭାଷଣ ଶୁଣିବାକୁ ମିଳିଥାଏ। ଯେପରିକି ଆପଣ ଏଥିରେ ମହାତ୍ମାଗାନ୍ଧୀ ଓ ନେଲସନ୍‌ ମାଣ୍ଡେଲାଙ୍କ ଭାଷଣ ଶୁଣିପାରିବେ।

ଏହି ଆପ୍‌ ତିଆରି ହେବାର ୬ମାସ ମଧ୍ୟରେ ପାଖାପାଖି ୩୮୦୦ଟି ସାମାଜିକ ହିଂସା ଓ ପର୍ଣ୍ଣ ସାଇଟ୍‌କୁ ବନ୍ଦ କରାଯାଇପାରିଥିଲା। ଡକ୍ଟର ମିଶ୍ରଙ୍କର କହିବା ଅନୁଯାୟୀ, “ଏହି ଆପ୍ଲିକେସନ୍‌କୁ ତିଆରି କରିବା ପରେ ଅନେକ ଲୋକଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଯେଉଁମାନେ ପର୍ଣ୍ଣ ସାଇଟ୍‌ ଦେଖିବାରେ ଅଭ୍ୟସ୍ତ ଥିଲେ, ସେମାନଙ୍କ ମାନସିକତା ପରିବର୍ତ୍ତନ ହୋଇଛି।”

ପର୍ଣ୍ଣ ସାଇଟ୍‌ ପ୍ରତି ଆଡିକ୍ଟେଡ୍‌ ହୋଇ ପଡିଥିବା ବ୍ୟକ୍ତିଙ୍କ ପାଇଁ ଡକ୍ଟର ମିଶ୍ର ଏହି ଆପ୍‌ ତିଆରି କରିଛନ୍ତି। ସେହିପରି ମୁସଲମାନଙ୍କ ପାଇଁ ଏହି ଆପ୍‌ର ନାମ ‘ଆଲ୍ଲା ହୋ ଆକବର୍‌’ ନାମରେ ଉପଲବ୍ଧ ହେଉଛି।

ହିନ୍ଦୁ ଭଜନ ପରି ଏଥିରେ ମଧ୍ୟ ମୁସଲମାନ ଭକ୍ତି ଗୀତ ରହିଛି।  ଏହି ଆପ୍ଲିକେସନ୍‌କୁ ଆପଣ ମାଗଣାରେ ଇନ୍‌ଷ୍ଟଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ harharmahadev.co ସାଇଟ୍‌କୁ ଯିବାକୁ ପଡ଼ିବ। ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ ହେବା ପରେ ଆପଣଙ୍କୁ ଏକ ଲିଙ୍କ୍‌ ମିଳିବ।
ଏଥିରେ ଆପଣଙ୍କ ନାମ, ଠିକଣା ବ୍ୟତୀତ ଧର୍ମ ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ। ଏହାପରେ ଯଦି ଆପଣ କୌଣସି ପର୍ଣ୍ଣ ସାଇଟ୍‌କୁ ଯିବେ ତେବେ ତାହା ବ୍ଲକ୍ ହୋଇଯିବ। ଡକ୍ଟର ବିଜୟ ନାଥ ମିଶ୍ର ତିଆରି କରିଥିବା ଏହି ଆପ୍‌କୁ ଆପଣ ଉଭୟ ସ୍ମାର୍ଟଫୋନ୍‌ ଓ କମ୍ପ୍ୟୁଟର୍‌ରେ ଇନ୍‌ଷ୍ଟଲ୍‌ କରିପାରିବେ।



from Odisha Reporter https://ift.tt/2S9HOU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages