
କଟକ(ଓଡ଼ିଶା ରିପୋର୍ଟର): ଓକିଲ ଆନ୍ଦୋଳନରେ ବାହାରିପାରିଲାନି ସମାଧାନର ରାସ୍ତା କିମ୍ବା କୌଣସି ନିଷ୍କର୍ସ। ହାଇକୋର୍ଟ ଓକିଲ ସଂଘ ବୈଠକରେ ବିବାଦର ସମାଧାନ ନେଇ କୌଣସି ନିଷ୍ପତ୍ତି ହୋଇପାନାହିଁ। ସେଥିପାଇଁ ଆସନ୍ତା ବୁଧବାର ଯାଏ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଆସୋସିଏସନ। ବୁଧବାର ପୁଣି ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକ ବସିବ। ଏଥିରେ ସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ।
ସେପଟେ ପୁଲିସ-ଓକିଲ ବିବାଦ ମାମଲାରେ ଆଜି ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ଥିଲା। ମାତ୍ର କ୍ରାଇମ୍ବ୍ରାଞ୍ଚ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରିନି। ତେଣୁ ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି। ତେବେ କନଷ୍ଟେବଲଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ ଆଜି ସୁଦ୍ଧା ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2B0y4pn
No comments:
Post a Comment