
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ତଥା ଦିଲ୍ଲୀ ତାରକା ଗୌତମ ଗମ୍ଭୀର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ କୌଣସି ବିବାଦୀୟ ଟ୍ୱିଟ୍ ପାଇଁ ନୁହେଁ ବରଂ ଏକ ମ୍ୟାଚ୍ରେ ଅମ୍ପାୟାରଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେବା ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ଏହାର ଭିଡିଓ ମଧ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି। ଘଟଣାଟି ଥିଲା ଏମିତି:
ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ପଡ଼ିଆରେ ରଣଜୀ ଟ୍ରଫି ରାଉଣ୍ଡ-୨ରେ ଦିଲ୍ଲୀ ଓ ହିମାଚଳପ୍ରଦେଶ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଗମ୍ଭୀର ଦିଲ୍ଲୀ ପକ୍ଷରୁ ଓପନିଂ କରୁଥିଲେ। ମ୍ୟାଚ୍ ଆରମ୍ଭରୁ ଆକର୍ଷଣୀୟ ଶଟ୍ମାନ ଖେଳି ଗମ୍ଭୀର ୮ଟି ଚୌକା ସହ ୪୪ ରନ କରିଥିଲେ। ତେବେ ଏହି ସମୟରେ ହିମାଚଳ ସ୍ପିନର ମୟଙ୍କ ଦାଗରଙ୍କ ଏକ ବଲ୍ ଗମ୍ଭୀରଙ୍କ ପ୍ୟାଡ୍ରେ ମାଡ଼ ହୋଇ ଶଟ୍ ଲେଗ୍ରେ ଫିଲ୍ଡିଂ କରିଥିବା ପ୍ରିୟାଂଶୁ ଖାନ୍ଧୁରୀଙ୍କ ହାତରେ ପଡ଼ିଥିଲା। ସଙ୍ଗେସଙ୍ଗେ ମୟଙ୍କ ଅପିଲ କରିଥିବା ବେଳେ ଏହାକୁ ଅମ୍ପାୟାର ଆଉଟ୍ ଦେଇଥିଲେ। ବାସ୍ ଏତିକିରେ ସରିଥିଲା କଥା। ଗମ୍ଭୀର ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅତ୍ୟନ୍ତ କ୍ରୋଧିତ ହୋଇ ପଡ଼ିଆ ଛାଡ଼ିବା ପୂର୍ବରୁ ଅନେକ ଥର ଅମ୍ପାୟାରଙ୍କୁ ଅନାଇ ଗୁଣୁଗୁଣୁ ହୋଇ ଗାଳି କରିଚାଲିଥିଲେ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ:
— Mushfiqur Fan (@NaaginDance) November 12, 2018
from Odisha Reporter https://ift.tt/2JZ5is0
No comments:
Post a Comment