ସବୁଜ ବଳୟ ନାଁରେ ସରକାରଙ୍କ ଭେଳିକି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ସବୁଜ ବଳୟ ନାଁରେ ସରକାରଙ୍କ ଭେଳିକି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ବୃକ୍ଷରୋପଣ ହେବ। ଖର୍ଚ୍ଚ ହେବ ପ୍ରାୟ ସାଢ଼େ ୪ଶହ କୋଟି ଟଙ୍କା। ଗତକାଲି ରାଜ୍ୟ କ୍ୟାବିନେଟ୍ ଗ୍ରୀନ୍ ମିଶନ ନାଁରେ ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ଗତ ଜୁଲାଇରେ ବି ବହୁ ଆଡ଼ମ୍ବରରେ ୫ ଶହ କୋଟି ଟଙ୍କା ବଜେଟ୍‌ରେ ଗ୍ରୀନ୍ ମହାନଦୀ ମିଶନ୍ ଆରମ୍ଭ କରିଥିଲେ ସରକାର। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ହଜାର ହଜାର ଚାରା ମରିଗଲାଣି ତ ଆଉ କେଉଁଠି ପାଣି ଅଭାବରୁ ଗଛ ନଷ୍ଟ ହେଲାଣି। ଏଭଳି ସ୍ଥିତିରେ ପୁଣି କୋଟି କୋଟି ଟଙ୍କା ବିନିମୟରେ ନଦୀପାର୍ଶ୍ୱରେ ଗଛ ଲଗାଇବାକୁ ସ୍ଥିର ହୋଇଛି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଛିଡ଼ା ହୋଇଛି ଏକାଧିକ ପ୍ରଶ୍ନ।

ଗ୍ରୀନ୍ ମିଶନ୍ ନାଁରେ ରାଜ୍ୟ ସରକାର ଭେଳିକି ଚଳାଇଥିବା ଅଭିଯୋଗ ଉଠିଛି। ଗ୍ରୀନ୍ ମହାନଦୀ ମିଶନ ଜରିଆରେ ମହାନଦୀ ଅବବାହିକାରେ ବୃକ୍ଷରୋପଣ ନାଁରେ କୋଟି କୋଟି ଟଙ୍କା ବରବାଦ ହୋଇସାରିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ତେଲ ନଦୀକୂଳରେ ଲାଗିଥିବା ଗଛଗୁଡିକରୁ ବହୁତ ମରି ଯାଇଛି। ବନ୍ୟା ପାଣିରେ ମଧ୍ୟ ନଷ୍ଟ ହୋଇଯାଇଛି ହଜାର ହଜାର ଗଛ। ସୁବର୍ଣ୍ଣପୁର ମହାନଦୀ ସେତୁ ନିକଟରେ ୧୩ ଲକ୍ଷରୁ ଅଧିକ ଗଛ ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଗଛ ନଲଗାଇ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସେହିପରି ସମ୍ବଲପୁର ସହରର ମହାନଦୀ କୂଳେ କୂଳେ ଲାଗିଥିବା ଗଛ ଗୁଡ଼ିକର ଅବସ୍ଥା ନକହିବା ଭଲ। ରକ୍ଷଣାବେକ୍ଷଣ  ଅଭାବରୁ ଗଛ ଗୁଡ଼ିକ ଶୁଖିଗଲାଣି।

2ଗତ ଜୁଲାଇ ୨୪ରେ ଏସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ ହୋଇଥିଲା। ମାତ୍ର ୫ ମାସ ମଧ୍ୟରେ ସ୍ଥିତି ଏମିତି ହୋଇଛି। ଅଳ୍ପ କିଛି ସମୟ ମଧ୍ୟରେ ଏହି ଗ୍ରୀନ ଯୋଜନା ଫେଲ୍‌ ମାରିଥିବା ବେଳେ ସରକାର ପୁଣି ଥରେ ରାଜ୍ୟବାସୀଙ୍କୁ ସବୁଜ ବଳୟର ସ୍ୱପ୍ନ ଦେଖାଇ ଭକୁଆ ବନାଇବାକୁ ଯାଉଥିବା ଅଭିଯୋଗ ହେଉଛି।

ସରକାରଙ୍କ ନୂଆ ଯୋଜନାରେ ମହାନଦୀ ଭଳି ବ୍ରାହ୍ମଣୀ, ବୈତରଣୀ ଓ ଋଷିକୂଲ୍ୟା କଡ଼ରେ ଗଛ ଲଗାଇବାକୁ ଯୋଜନା କରାଯାଇଛି। ୫ ବର୍ଷ ମଧ୍ୟରେ ୪୪୮ କୋଟି ଟଙ୍କା ଖର୍ଚ୍ଚ କରି ଏହି ନଦୀକୂଳରେ ଗଛ ଲଗାଯିବ। ଜଙ୍ଗଲ ଓ ପରିବେଶ ବିଭାଗର ଏହି ପ୍ରସ୍ତାବକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ତେବେ ପ୍ରଶ୍ନ ଉଠୁଛି, ଏଥର ବି ଗ୍ରୀନ୍ ମହାନଦୀ ମିଶନ୍ ଭଳି ଅବସ୍ଥା ହେବନି ତ ? ଆଉ ଏଇ ଅର୍ଥକୁ ଚଳୁ କରିଦିଆଯାଇ ସବୁ ଚାରା ଗାଈ ଛେଳି ଚରି ଖାଇଗଲେ ବୋଲି ସଫେଇ ଦିଆଯିବନି ତ ?

ଏତେ ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବା ସହଜ ନୁହେଁ ଜାଣି ନୂଆ ଗ୍ରୀନ ମିଶନ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ମୁହଁ ଖୋଲିବାକୁ ନାରାଜ।

ଆଶା ଆଶଙ୍କା ଭିତରେ ଗ୍ରୀନ୍ ମିଶନ୍‌ର ଏହି ଯୋଜନା ପ୍ରକୃତରେ କେତେଦୂର୍ ନଦୀ ଗୁଡ଼ିକର ସୁରକ୍ଷା କରିପାରୁଛି ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2qErcrK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages