କାମାକ୍ଷାରେ ବିଜେପି ନେତାଙ୍କ ପୂଜାର୍ଚ୍ଚନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

କାମାକ୍ଷାରେ ବିଜେପି ନେତାଙ୍କ ପୂଜାର୍ଚ୍ଚନା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସାମର ପ୍ରସିଦ୍ଧ ତନ୍ତ୍ର ପୀଠ କାମାକ୍ଷା ମନ୍ଦିରରେ ଜଣେ ବିଜେପି ନେତାଙ୍କ ପୂଜାର୍ଚ୍ଚନାକୁ ନେଇ ଚାଲିଛି ଚର୍ଚ୍ଚା।

ଶୁଣିବାକୁ ମିଳୁଛି,ଏହି ବିଜେପି ନେତାଜଣକ କୁଆଡ଼େ ସପରିବାର ନଭେମ୍ବର ୪ରୁ ୮ତାରିଖ ପର୍ଯ୍ୟନ୍ତ ଗୁଆହାଟୀରେ ଡେରା ପକାଇଥିଲେ। ଆଗକୁ ନିର୍ବାଚନ ଥିବାବେଳେ ନିଜର ରିଷ୍ଟ ଖଣ୍ଡନ ପାଇଁ କୁଆଡ଼େ ଏହି ନେତାଜଣକ କାମାକ୍ଷା ମନ୍ଦିରରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟାରେ ୨ଦିନ ଧରି ବିଶେଷ ପୂଜାର୍ଚ୍ଚନା କରିଥିଲେ। ଆସାମରେ ଥିବା ନିଜର କିଛି ବନ୍ଧୁ(ଦଳୀୟ ସହଯୋଗୀ)ଙ୍କ ମାଧ୍ୟମରେ ସେ ଏହି ପୂଜାର ଆୟୋଜନ କରିଥିଲେ।

ଚର୍ଚ୍ଚା ହେଉଛି,ବାବୁ କୁଆଡ଼େ ଗତ ଏକ ଦଶନ୍ଧି ହେବ କ୍ଷମତା ରାଜନୀତିରୁ ଦୂରେଇ ରହି ଅଲୋଡ଼ା ହୋଇପଡ଼ିଛନ୍ତି। ଯଦିଓ ଆରଏସଏସ ସଂଗଠନ ସହ ବାବୁଙ୍କର ନିବିଡ଼ ସମ୍ପର୍କ ଏବେ ବି ଅଛି ଓ ସେହି ଭରସାରେ ଦଳୀୟ ଟିକେଟ୍ ପାଇବା ନିଶ୍ଚିତ, କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକପ୍ରିୟତା କମୁଥିବାରୁ ସେ କୁଆଡ଼େ ଏଭଳି ପଦକ୍ଷେପ ନେଇଛନ୍ତି।

ଶୁଣିବାକୁ ମିଳୁଛି, ବିଜେପିରେ ଅଟଳ-ଆଡଭାନୀଙ୍କ ସମୟରେ କୁଆଡ଼େ ଦଳୀୟ ସଂଗଠନରେ ଏହି ନେତାଙ୍କର ବେଶ୍ ପ୍ରଭାବ ରହିଥିଲା। ଖୁବ୍ କମ୍ ବୟସରେ ବାବୁ କୁଆଡ଼େ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଏକ ବିବାଦୀୟ ଘଟଣାରେ ସେ ଦଳ ମଧ୍ୟରେ ସକ୍ରିୟ ଭୂମିକାରୁ ଦୂରେଇ ରହିବା ସହ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କଠୁ ବି ଦୂରତ୍ୱ ରକ୍ଷା କରିବାରେ ଲାଗିଥିଲେ। ଯେଉଁଥିପାଇଁ ସେ ଗତ ୨ଟି ନିର୍ବାଚନରେ ପରାଜିତ ମଧ୍ୟ ହୋଇଛନ୍ତି।

କିନ୍ତୁ ଏଥର ଲୋକଙ୍କର ବିଜେଡି ପ୍ରତି ବଢ଼ୁଥିବା ଅନାଗ୍ରହରୁ ଫାଇଦା ଉଠାଇ ନିର୍ବାଚନ ଜିତିବାକୁ ସିଏ କୁଆଡ଼େ ଦଶହରା ସମୟରେ କୋଲକାତାର ଏକ ପ୍ରସିଦ୍ଧ ଦେବୀ ପୀଠରେ ପୂଜାର୍ଚ୍ଚନା କରିଥିଲେ । ମାସକ ବ୍ୟବଧାନରେ ସେ ଗୁଆହାଟୀ ଯାଇ ସେଠାରେ ତନ୍ତ୍ରପୀଠରେ ପୂଜାର୍ଚ୍ଚନା କରିବାକୁ ନେଇ ତାଙ୍କ ଦଳୀୟ ମହଲରେ ବି ଚର୍ଚ୍ଚା ଜୋର ଧରିଛି।



from Odisha Reporter https://ift.tt/2OBfXdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages