ସୋଶାଲ ମିଡିଆରେ ଶେୟାର୍‌ ହେଉଛି ମହିଳାଙ୍କ ଅନ୍ତଃବସ୍ତ୍ରର ଫଟୋ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ସୋଶାଲ ମିଡିଆରେ ଶେୟାର୍‌ ହେଉଛି ମହିଳାଙ୍କ ଅନ୍ତଃବସ୍ତ୍ରର ଫଟୋ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମହିଳାଙ୍କ ଅନ୍ତବସ୍ତ୍ର ଏବେ ବୁଲୁଛି ସୋଶାଲ୍‌ ମିଡିଆରେ। ଶୀର୍ଷକଟି ପଢି ସାରିବା ପରେ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ। ଯେଉଁ ଜିନିଷକୁ ମହିଳାମାନେ ଗୋପନରେ ରଖିବାକୁ ଚାହିଁଥାନ୍ତି, ତାହାକୁ ସେମାନେ ସୋଶାଲ ମିଡିଆରେ ଶେୟାର୍ କରିବାରେ ଲାଗିଛନ୍ତି।

କାହିଁକି ମହିଳାମାନେ ଏପରି ଲଜ୍ଜାଜନକ କାର୍ଯ୍ୟ କରୁଛନ୍ତି? କ’ଣ ଏହାର କାରଣ?

ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମୁଣ୍ଡକୁ ଜୁଟୁଥିବ।

ମହିଳାମାନେ ସୋଶାଲ ମିଡିଆରେ ଅନ୍ତଃବସ୍ତ୍ରର ଫଟୋ ସହିତ ‘#ThisIsNotConsent’ (ଏହା ଗ୍ରହଣଯୋଗ୍ୟ ନୁହେଁ) ହାଜ୍ ଟ୍ୟାଗ୍‌ ଦେଇ ଶେୟାର୍‌ କରୁଛନ୍ତି।
ଆପଣଙ୍କ ପ୍ରଶ୍ନର ଉତ୍ତର ହେଉଛି ‘ପ୍ରତିବାଦ’। ମହିଳାମାନେ ଏକ ଘଟଣାର ପ୍ରତିବାଦ ସ୍ୱରୂପ ଏମିତି ପଦକ୍ଷେପ ନେଇଥିବା ଜଣାପଡିଛି।

ଆୟାର୍‌ଲ୍ୟାଣ୍ଡର ଜଣେ ୨୭ ବର୍ଷର ଯୁବକ ଜଣେ ୧୭ ବର୍ଷର ଝିଅଙ୍କୁ ବଳାତ୍କାର କରିଥିଲେ। ହେଲେ ଦୁର୍ଭାଗ୍ୟକୁ ଏହି ଘଟଣା ପରେ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି। ଶୁଣି ଆଶ୍ଚର୍ଯ୍ୟ ହେବେ, ଯୁବକ ଜଣକ ଅନ୍ତଃବସ୍ତ୍ର ପାଇଁ ହିଁ  ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି।
ଆୟାର୍‌ଲ୍ୟାଣ୍ଡ୍ର ଏକ କ୍ରିମିନାଲ୍‌ କୋର୍ଟ ନଭେମ୍ୱର ୬ରେ ଯୁବକଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛି।
କୋର୍ଟରେ ୮ଜଣ ପୁରୁଷ ଓ ୪ ଜଣ ମହିଳା ଜୁରୀଙ୍କ ସମ୍ମୁଖରେ ବିରୋଧୀ ପକ୍ଷ(ଯୁବକଙ୍କ ପକ୍ଷରୁ) ଓକିଲ ବଳାତ୍କାର ଶିକାର ହୋଇଥିବା ଝିଅଟିର ଅନ୍ତଃବସ୍ତ୍ରକୁ ଦେଖାଇ ଦାବି କରିଥିଲେ ଯେ, ଝିଅଟି ଉଚିତ୍‌ ପୋଷାକ ପିନ୍ଧି ନ ଥିଲା ବୋଲି ଏହି ଅଘଟଣ ଘଟିଛି। ଏଣୁ ଏହାକୁ ବଳାତ୍କାର ପର୍ଯ୍ୟାୟଭୁକ୍ତ କରା ନ ଯାଇ ଏକ ଦୁର୍ଭାଗ୍ୟଜନକ ଘଟଣା ଭାବି ଯୁବକଙ୍କୁ ନିର୍ଦ୍ଦୋଶରେ ଖଲାସ୍‌ କରାଯାଉ।

ଓକିଲ ଜଣକ ଏମିତି ମଧ୍ୟ ଯୁକ୍ତି କରିଥିଲେ ଯେ, ଝିଅଟି ସାମ୍ନାପଟ ଖୋଲା ଥିବା ଅନ୍ତଃବସ୍ତ୍ର ପିନ୍ଧି ଯୁବକଙ୍କୁ ଆକର୍ଷଣ କରିଥିଲେ। ଏହି କାରଣରୁ ଯୁବକ ଜଣକ ଝିଅଟି ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ସେ ଯୁକ୍ତି କରିଥିଲେ।

ଏହା ଶୁଣିବା ପରେ ବିଚାରପତି ଦଳ ଯୁବକଙ୍କର କୌଣସି ଦୋଷ ନ ଥିବା କହି ତାଙ୍କୁ ଖଲାସ କରିଥିଲେ।

ମାତ୍ର ଏହି ନିଷ୍ପତ୍ତି ଅନ୍ୟାୟ ବୋଲି ଆୟାର୍‌ଲ୍ୟାଣ୍ଡ୍‌ ଗଣମାଧ୍ୟରେ ପ୍ରକାଶ ପାଇଲା। ଲୋକେ ମଧ୍ୟ ଏହାକୁ ବିରୋଧ କଲେ।

କିଛି ମହିଳାଙ୍କ କହିବା ଅନୁସାରେ, ସମାଜ ପରିବର୍ତ୍ତନ ହେଉଛି । ବଦଳିବାର ସମୟ ଆସିଛି। କୌଣସି ଦୋଷୀକୁ କେବଳ ଅନ୍ତଃବସ୍ତ୍ରର ଆଧାରରେ ଛାଡ଼ିଦେବା ଉଚିତ୍‌ ନୁହେଁ ।

ଏଥିପାଇଁ ଆୟାର୍‌ଲ୍ୟାଣ୍ଡ୍‌ ଟ୍ୱିଟର୍‌ ପେଜ୍‌ରେ ‘#ThisIsNotConsent’ (ଏହା ଗ୍ରହଣଯୋଗ୍ୟ ନୁହେଁ)ହାଜ୍‌ ଟ୍ୟାଗ୍‌ ଦେଇ ମହିଳାମାନେ ଏହି ନିଷ୍ପତ୍ତିର ବିରୋଧ କରୁଛନ୍ତି। ପୀଡିତାକୁ  ନ୍ୟାୟ ଦେବା ଆଶାରେ ସାରା ବିଶ୍ୱର ମହିଳାମାନେ ଅନ୍ତଃବସ୍ତ୍ରର ଫଟୋ ସହିତ କିଛି ଲେଖି ହାଜ୍‌ ଟ୍ୟାଗ୍‌ ଦେଇ ଶେୟାର୍‌ କରୁଛନ୍ତି।
ଏହି ସୋଶାଲ ମିଡିଆ କ୍ୟାମ୍ପେନ୍‌କୁ ବର୍ତ୍ତମାନ ଆୟାର୍‌ଲ୍ୟାଣ୍ଡ୍‌ର ଗାଲ୍‌ୱେ, ଲାଇମ୍‌ରିକ୍‌, ଡବ୍‌ଲିନ୍‌, ବେଲ୍‌ଫାଷ୍ଟ୍‌ ଏବଂ କର୍କ ସହରର ଲୋକମାନେ ବିପୁଳ ସମର୍ଥନ ଦେଉଛନ୍ତି।



from Odisha Reporter https://ift.tt/2DJiIrR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages