ଚାଲିଗଲେ ବିଜ୍ଞାପନ ଗୁରୁ ଓ ଅଭିନେତା ଆଲେକ ପଦମସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଚାଲିଗଲେ ବିଜ୍ଞାପନ ଗୁରୁ ଓ ଅଭିନେତା ଆଲେକ ପଦମସୀ

ନୂଆଦିଲ୍ଲୀ: ପ୍ରଖ୍ୟାତ ବିଜ୍ଞାପନ ଗୁରୁ ଓ ଥିଏଟର ବ୍ୟକ୍ତିତ୍ୱ ଆଲେକ ପଦମସୀ ଆଉ ନାହାନ୍ତି। ଆଜି ୯୦ ବର୍ଷ ବୟସରେ ମୁମ୍ବାଇଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୮୨ ମସିହାରେ ନିର୍ମିତ ଫିଲ୍ମ ‘ଗାନ୍ଧି’ରେ ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଭୂମିକାରେ ଅଭିନୟ କରି ବେଶ ଆଦୃତ ହୋଇଥିଲେ। ଦେଶର ସୁଵିଖ୍ୟାତ ବିଜ୍ଞାପନ ଏଜେନ୍ସି ଲିଣ୍ଟାସ ଇଣ୍ଡିଆ ପ୍ତିଷ୍ଠା କରି ପଦମସୀ ବିଜ୍ଞାପନ ଦୁନିଆରେ ଏକ ନୂଆ ବିପ୍ଲବ ସୃଷ୍ଟି କରିଥିଲେ।

ତାଙ୍କୁ ଫାଦର ଅଫ୍‌ ଇଣ୍ଡିଆନ୍‌ ଆଡଭର୍ଟାଇଜିଂ ବୋଲି କୁହାଯାଏ। କାରଣ ସେ ‘ହମାରା ବଜାଜ’, ‘ଏମ୍‌ଆର୍‌ଏଫ୍‌, ଦି ମସଲମ୍ୟାନ୍‌’, ‘ଲଲିତାଜୀ ଫର ସର୍ଫ’, ‘ଦି ଲିରିଲ ଗାର୍ଲ’ ଭଳି ପ୍ରସିଦ୍ଧି ଲାଭ କରିଥିବା ବିଜ୍ଞାପନର ମାଷ୍ଟରମାଇଣ୍ଡ ଥିଲେ।

କ୍ରିଏଟିଭ୍‌ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ତାଙ୍କୁ ମୁମ୍ବାଇରେ ଥିବା ଆଟଭର୍ଟାଇଜିଂ କ୍ଲବ ପକ୍ଷରୁ “ଆଡଭର୍ଟାଇଜିଂ ମ୍ୟାନ୍‌ ଅଫ୍‌ ଦି ସେଞ୍ଚୁରୀ” ସମ୍ମାନ ମଧ୍ୟ ମିଳିଥିଲା। ୨୦୧୨ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଟାଗୋର ରତ୍ନରେ ମଧ୍ୟ ସମ୍ମାନିତ କରିଥିଲା।

ଆଲେକ ୧୯୨୮ରେ ଗୁଜରାଟ୍‌ର ଏକ ଖୋଜା ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ଶୋକବ୍ୟକ୍ତ କରିଛନ୍ତି।



from Odisha Reporter https://ift.tt/2RTCMLg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages