
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ପପ୍ଲୁରୁ ଅଞ୍ଚଳରେ ପୁଲିସ୍ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି।
ଏମାନଙ୍କ ପରିଚୟ ମିଳିନି, କିନ୍ତୁ ଏମାନେ ବଡ଼ ବଡ଼ ରାଙ୍କର ବୋଲି ସୂଚନା ମିଳିଛି। ଏମାନେ ସମସ୍ତେ କାଲିମେଳା ଦଳମର ବୋଲି ଜଣାପଡ଼ିଛି।
ଏଥିସହ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। କିଛି ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଏଡିଜି (ଅପରେସନ୍) ଆର୍.ପି କୋଚେ କହିଛନ୍ତି ଯେ ୨ଟି ଇନ୍ସାସ୍, ଗୋଟିଏ ଏସ୍ଏଲ୍ଆର୍, ଗୋଟିଏ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଜବତ କରାଯାଇଛି। ଗୋଟିଏ ହ୍ୟାଣ୍ଡ୍ ଗ୍ରେନେଡ୍ ମଧ୍ୟ ମିଳିଛି।
ଏବେ ବି ଉକ୍ତ ଅଞ୍ଚଳରେ ଗୁଳିବିନିମୟ ଚାଲିଛି। କାଲିମେଳା ଦଳମ୍ର ନକ୍ସଲ ନେତା ରଣଦେବ ଖସି ଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2Ry0AnO
No comments:
Post a Comment