ଦିଲ୍ଲୀମୁହାଁ ହେଲେ ଚାଷୀ, ଆଜି ମିଶନ୍‌ ସଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଦିଲ୍ଲୀମୁହାଁ ହେଲେ ଚାଷୀ, ଆଜି ମିଶନ୍‌ ସଂସଦ

ନୂଆଦିଲ୍ଲୀ:ଲାଲ୍‌ ଟୋପିର ଛାଉଣୀ ମଧ୍ୟରେ ଦିଲ୍ଲୀମୁହାଁ ହୋଇଛନ୍ତି ଚାଷୀ। ଉଦ୍ଦେଶ୍ୟ ରହିଛି ୫ ବର୍ଷ କ୍ଷମତାରେ ରହି ପୁଣି ଏକ ନିର୍ବାଚନ ଭେଟିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ବାର୍ତ୍ତା ଦେବା।

ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି ଚାଷୀମାନେ ଦୁଇଦିନିଆ ଏକ ବିକ୍ଷୋଭ ପାଇଁ ଏକାଠି ହୋଇଛନ୍ତି। ତାଙ୍କର ପ୍ରମୁଖ ଦାବି ରହିଛି ଋଣ ଛାଡ଼ ଏବଂ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ। ନୂଆଦିଲ୍ଲୀର ୫ଟି ଭିନ୍ନ ଭିନ୍ନ ସ୍ଥାନରୁ ଏହି ଦାବି ନେଇ ସେମାନେ ରାମଲୀଲା ମୈଦାନ୍‌ମୁହାଁ ହୋଇଛନ୍ତି।

ସେମାନେ ଆଜି ସଂସଦମୁହାଁ ହେବାର ଅଛି ଏବଂ ସେମାନଙ୍କ ମୁକାବିଲା ପାଇଁ ୩୫୦୦ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତମାଲନାଡ଼ୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ଏହି ଚାଷୀମାନେ ଦେଉଥିବା ବିଭିନ୍ନ ନାରା ମଧ୍ୟରେ ରହିଛି, “ଅଯୋଧ୍ୟା ନୁହେଁ, ଋଣଛାଡ଼ ଦରକାର”।

ଓଡ଼ିଶାରୁ ଆସିଥିବା ଭ୍ରମରବର ବିଶି ନାମକ ଜଣେ ଚାଷୀଙ୍କ କହିବା ଅନୁଯାୟୀ, “ମୁଁ ୩ ବର୍ଷ ତଳେ ୩ ଲକ୍ଷ ଟଙ୍କାର ଋଣ ନେଇଥିଲି ଏବଂ ଏଯାଏ ଶୁଝିପାରୁନି। ମୁଁ ଚାହେଁ ମୋର ଋଣଛାଡ଼ କରାଯାଉ।”

ଅନ୍ୟ ଜଣେ ଚାଷୀ କହିଛନ୍ତି ଯେ, ଆମେ ଯେଉଁ ପ୍ରଜାତିର ବିନ୍‌ ଚାଷ କରୁଛୁ ତା’ପାଇଁ ବଜାର ନାହିଁ। ତେଣୁ ଆମକୁ ବିନ୍ସ କିଲୋଗ୍ରାମ୍ ପିଛାଟଙ୍କେ କିମ୍ବା ଦିଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି।

କେବଳ ତାମିଲନାଡ଼ୁରୁ ୧୨୦୦ ଚାଷଈ ଆସିଥିବାବେଳେ ସେମାନଙ୍କୁ ସଂସଦ ନଛଡ଼ାଗଲେ ଉଲଗ୍ନ ହୋଇ ଶୋଭାଯାତ୍ରା କରିବେ ବୋଲି ଧମକାଇଛନ୍ତି। ଗତ ଅକ୍ଟୋବର ୨ ତାରିଖରେ ଏଭଳି ଏକ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା।



from Odisha Reporter https://ift.tt/2FQDE2a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages