
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମେଣ୍ଟମରାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଫଳରେ ରଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ୍। ଟେକା ପଥର, ବାଉଁଶ ଓ କାଠ ଫାଳିଆରେ ପରସ୍ପରକୁ ଆକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ।
ଏକ କମେଣ୍ଟମରା ଘଟଣାକୁ ନେଇ ୨ ଦିନ ହେଲା ଉତ୍ତେଜନା ଲାଗି ରହିଥିଲା। ଏ ନେଇ କୌଣସି ସମାଧାନ ହୋଇ ନପାରିବାରୁ ଶେଷରେ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛିା ଏହି ଖଣ୍ଡଯୁଦ୍ଧ ଚାଲିଥିବା ବେଳେ କିଟ୍ ରାସ୍ତା ଦେଇ ଯାଉଥିବା ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଉଭୟ ପକ୍ଷର ଛାତ୍ରମାନେ ହିଂସାତ୍ମକ ଆଚରଣ ସାଙ୍ଗକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଏ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।
from Odisha Reporter https://ift.tt/2DIpMnO
No comments:
Post a Comment