ଆଉ କେତେଦିନ ଚାଲିବ “ମନ୍ଦିର ୱହିଁ ବନାୟେଙ୍ଗେ, ତାରିଖ୍‌ ନେହିଁ ବତାୟେଙ୍ଗେ”: ଉଦ୍ଧବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଆଉ କେତେଦିନ ଚାଲିବ “ମନ୍ଦିର ୱହିଁ ବନାୟେଙ୍ଗେ, ତାରିଖ୍‌ ନେହିଁ ବତାୟେଙ୍ଗେ”: ଉଦ୍ଧବ

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ ଦାବିରେ ଆଜି ଅଯୋଧ୍ୟା ପହଞ୍ଚିଥିବା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ପ୍ରଥମେ ମନ୍ଦିର କେବେ ନିର୍ମାଣ ଆରମ୍ଭ ହେବ କୁହ, ତାପରେ ଯାଇ ଯୋଉ କଥା। ସେ ଏପରି କହି ବିଜେପିର ମିଶନ୍‌ ୨୦୧୯କୁ ଟାର୍ଗେଟ୍‌ କରିଥିବା ଚର୍ଚ୍ଚା ଜୋର ଧରିଛି।

ପୁରାଣ ବର୍ଣ୍ଣିତ ସରଯୂ ନଦୀକୂଳରେ କର୍ମୀ ଏବଂ ପରିବାରବର୍ଗ ସହିତ ପହଞ୍ଚି ସନ୍ଧ୍ୟା ଆରତୀ କରିବା ଅବସରରେ ସେ ମନ୍ଦିର ନିର୍ମାଣକୁ ନେଇ ହୋଇଥିବା ବିଳମ୍ବ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, “ଦିନ ପରେ ଦିନ, ବର୍ଷ ପରେ ବର୍ଷ ବିତିବାରେ ଲାଗିଛି। କିନ୍ତୁ ମନ୍ଦିର୍‌ ୱହିଁ ବନାୟେଙ୍ଗେ ନାରା ଜାରି ରହିଛି।”

ଆସନ୍ତାକାଲି ଶିବସେନା ବ୍ୟତୀତ ହିନ୍ଦୁ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ରଣ ହୁଙ୍କାର ଦେବାର କାର୍ଯ୍ୟକ୍ରମ ରଖିଛି। ତେଣୁ କୌଣସି ସମ୍ବେଦନଶୀଳ ପରିସ୍ଥିତିକୁ ଏଡ଼ାଇବାପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।



from Odisha Reporter https://ift.tt/2TGLnCD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages