ପଟଚ୍ଚିତ୍ର ପ୍ରେମରେ ବିଦେଶିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ପଟଚ୍ଚିତ୍ର ପ୍ରେମରେ ବିଦେଶିନୀ

raghu

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପଟଚ୍ଚିତ୍ର ପ୍ରେମରେ ପଡ଼ି ଯାଇଛନ୍ତି ବିଦେଶିନୀ। ଏହାକୁ ତିଆରି କରିବାକୁ ସେମାନେ ତାଲିମ ନେଉଛନ୍ତି। ପୁରୀ ଜିଲ୍ଲା ରଘୁରାଜପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପଟ୍ଟଚିତ୍ର ଓ ଚାରୁକଳା ପାଇଁ ଏହି ଗାଁ ବେଶ୍‌ ପରିଚିତି ଲାଭ କରିଛି।

ragh7ଏକାଧିକ ବିଦେଶୀ ମହିଳା ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି। ଏଠାକାର କଳାକୁ ଶିଖି ନିଜ ଦେଶରେ ପ୍ରଚାରପ୍ରସାର କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ପ୍ରାୟ ମାସେ ହେଲା ଏହି ବିଦେଶିନୀମାନେ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ଆଉ ଏଥିପାଇଁ ଶିଳ୍ପୀମାନେ ସହଯୋଗର ହାତ ବଢ଼ାଇଛନ୍ତି।

raghu50ବିଶେଷକରି ସେମାନେ ତାଳପତ୍ରକୁ ଖୋଦେଇ କରି ସେଥିରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କୁଛନ୍ତି। ଏଥିସହ ରାମାୟଣ ଓ ମହାଭାରତ ଠାରୁ ଆରମ୍ଭ କରି ବିଭିନ୍ନ କଳାକୃତିକୁ ଜୀବନ୍ୟାସ ଦେଉଛନ୍ତି।

ragu2ଖାଲି ପଟ୍ଟଚିତ୍ର ନୁହେଁ, ବିଭିନ୍ନ ଚାରୁକଳାକୁ ମଧ୍ୟ ଶିଖୁଛନ୍ତି ଏହି ବିଦେଶିନୀମାନେ। ସେମାନେ ଭଳିକି ଭଳି କଣ୍ଢେଇ ସହ କାଗଜ ତିଆରି ଜୀବଜନ୍ତୁ ତିଆରି କରୁଛନ୍ତି। ଅଷ୍ଟ୍ରେଲିଆ ଓ ଇଟାଲୀରୁ ଆସିଥିବା ଏହି ପର୍ଯ୍ୟଟକ ଏଠାରୁ ପ୍ରଶିକ୍ଷଣ ନେବା ପରେ ନିଜ ଦେଶରେ ଏହାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖିଛନ୍ତି। ଗାଁରେ ବିଦେଶିନୀମାନଙ୍କୁ ପ୍ରଶିକ୍ଷଣ ଦେଇ ଶିଳ୍ପୀମାନେ ବେଶ୍‌ ଖୁସି ଅନୁଭବ କରୁଛନ୍ତି।

raghu45ବିଦେଶିନୀମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ ସୁବାଷ ଚନ୍ଦ୍ର ମିଶ୍ର କହିଛନ୍ତି,“ ଆମେ ସେମାନଙ୍କୁ ପ୍ରଥମେ ପଟଚ୍ଚିତ୍ର କଳା ଶିଖାଇଥିଲୁ। ଏବେ ସେମାନେ ପଟଚ୍ଚିତ୍ର କଳାର ଶିକ୍ଷା କିଛି ପରିମାଣରେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେମାନେ ତାଳପତ୍ର ଖୋଦେଇ ଶିକ୍ଷା ଗ୍ରହଣ କରୁଛନ୍ତି। ସମ୍ଭବତଃ ସେମାନେ ତାଙ୍କ ଦେଶକୁ ଫେରିଯାଇ ଏହି କଳାର ବିକାଶ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି।”



from Odisha Reporter https://ift.tt/2QxHrSK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages