୯୫ ବର୍ଷୀୟ ଶାଶୂଙ୍କୁ ପଣବନ୍ଦୀ କରି ବୋହୂର ନିର୍ଯାତନା, ପୁଅ ବି ଥିଲା ନାଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

୯୫ ବର୍ଷୀୟ ଶାଶୂଙ୍କୁ ପଣବନ୍ଦୀ କରି ବୋହୂର ନିର୍ଯାତନା, ପୁଅ ବି ଥିଲା ନାଚାର

ନୂଆଦିଲ୍ଲୀ: ପୁଅ ବୋହୂଙ୍କୁ ବାପା ମା’ ଅନେକ ଶ୍ରଦ୍ଧା ଓ ଭଲ ପାଇବା ଦିଅନ୍ତି। ହେଲେ ଦିଲ୍ଲୀରେ ଏମିତି ଜଣେ ବୋହୂଙ୍କ କଥା ଆମେ କହିବୁ, ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବୋହୂ ଜଣଙ୍କ ତାଙ୍କ ୯୫ ବର୍ଷୀୟ ଶାଶୂଙ୍କୁ ପଣବନ୍ଦୀ କରି ରଖିବା ସହ ତାଙ୍କୁ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି।

ପୁଅ ମଧ୍ୟ ନିଜ ମା’ଙ୍କୁ ଏହି ଯନ୍ତ୍ରଣାରୁ ଉଦ୍ଧାର କରିବାକୁ ଚାହୁଁଥିଲେ ହେଁ ପତ୍ନୀ ଓ ଶଶ୍ୱୁର ଘର ଲୋକଙ୍କ ଆଗରେ ଏକ ପ୍ରକାରର ନାଚାର ପାଲଟି ଯାଇଥିଲେ। ତେବେ ଦିଲ୍ଲୀ ମହିଳା କମିଶନଙ୍କ ସହାୟତାରେ ବୋହୂ କବଳରୁ ୯୫ ବର୍ଷୀୟ ଶାଶୂଙ୍କୁ ଉଦ୍ଧାର କରାଯାଇ ପାରିଛି। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବୃଦ୍ଧା ଜଣଙ୍କ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀ ମହିଳା କମିଶନଙ୍କ ହେଲପ୍‌ ଲାଇନ୍‌କୁ ଏକ ଫୋନ୍‌ ଆସିଥିଲା। ଯେଉଁଥିରେ ଜଣେ ବ୍ୟକ୍ତି କହିଥିଲେ, “ ମୋ ମା’କୁ ଦୀର୍ଘଦିନ ହେଲା ମୋ ପତ୍ନୀ ଓ ତା’ ପରିବାର ଲୋକ ପଣବନ୍ଦୀ କରି ରଖିବା ସହ ଅନେକ ପ୍ରକାରର ନିର୍ଯାତନା ଦେଉଛନ୍ତି।

ମୋ ମା’ ସଂପୂର୍ଣ୍ଣ ଭାବେ ଶଯ୍ୟାସାଇ ହୋଇଥିବାରୁ, ସେମାନେ ତାକୁ ନାନା ପ୍ରକାରର କଷ୍ଟ ଦେଇ ଚାଲିଛନ୍ତି। ପତ୍ନୀଙ୍କ ସହ ବିବାଦ ରହିଥିବାରୁ ଦୀର୍ଘ ୩ ମାସ ହେଲା ମୋ ମା’କୁ ମୁଁ ଦେଖିନି। ମୁଁ ବାରମ୍ବାର ମା’କୁ ଦେଖିବାକୁ ଚାହୁଁଥିଲେ ହେଁ ମୋ ପତ୍ନୀ ଏପରି ହେବାକୁ ଦେଉନି।”

ଏଭଳି ଫୋନ୍‌ କଲ୍‌ ପାଇବା ପରେ ଦିଲ୍ଲୀ ମହିଳା କମିଶନର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ମହିଳା କମିଶନର ଟିମ୍‌କୁ ମଧ୍ୟ ବୋହୂ ଜଣଙ୍କ ଭିତରକୁ ଛାଡ଼ି ନଥିଲେ।

ତେବେ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ସେ ଟିମ୍‌କୁ ଭିତରକୁ ଛାଡ଼ିବାକୁ ରାଜି ହୋଇଥିଲେ। କିନ୍ତୁ ବୃଦ୍ଧା ଆଉ ଏଠାରେ ରହିପାରିବେ ନାହିଁ ସର୍ତ୍ତରେ ହିଁ ବୋହୂ ଜଣଙ୍କ ଟିମ୍‌କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ। ବ୍ୟକ୍ତି ଜଣଙ୍କ ଏହି ପ୍ରସ୍ତାବରେ ରାଜି ହେବା ସହ ଲିଖିତ ଭାବେ ଏହା ଦେବା ପରେ ନିଜ ମା’କୁ ଦେଖିଥିଲେ।
ତେବେ ମା’ ଯେଉଁଭଳି ଭାବେ ଶୋଇ ରହିଥିଲେ, ତାକୁ ଦେଖି କେବଳ ବ୍ୟକ୍ତି ଜଣଙ୍କ ନୁହନ୍ତି ବରଂ ମହିଳା ଟିମ୍‌ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବୃଦ୍ଧା ଜଣଙ୍କ ଜ୍ୱରରେ ଥରୁଥିବା ବେଳେ ତାଙ୍କ ଉପରେ କେବଳ ଏକ ପତଳା ଚଦର ପଡ଼ିଥିଲା।

ସେହିପରି ଏକ ଚଟଣାରେ ସେ ଶୋଇ ରହିଥିଲେ। ବ୍ୟକ୍ତି ଜଣଙ୍କ ତୁରନ୍ତ ଆମ୍ବୁଲାନ୍ସ ଡାକି ନିଜ ମା’ଙ୍କୁ ହସ୍ପିଟାଲ୍‌ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେ ଦୀର୍ଘଦିନ ହସ୍ପିଟାଲ୍‌ରେ ରହିବେ ବୋଲି ଡାକ୍ତରମାନେ କହିଛନ୍ତି। ଏଭଳି ଘଟଣା ସମଗ୍ର ଦିଲ୍ଲୀରେ ଆଲୋଡ଼ନ ସୃଷ୍ଟି କରିଛି।



from Odisha Reporter https://ift.tt/2zJFE5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages