
ଶପିଂପ୍ରେମୀଙ୍କ ପାଇଁ ଖୁସି ଖବର ନେଇ ବ୍ୟାପକ ଅଫର୍ ସହିତ ଅନ୍ଲାଇନ୍ ରିଟେଲର୍ ଫ୍ଲିପ୍କାର୍ଟ ଆରମ୍ଭ କରିଛି ‘ବିଗ୍ ଦିୱାଲି ସେଲ୍’। ଗତ ନଭେମ୍ବର ୧ ତାରିଖରୁ ଏହି ସେଲ୍ ଆରମ୍ଭ ହୋଇଛି, ଯେଉଁଥିରେ ସ୍ମାର୍ଟଫୋନ୍, ଲ୍ୟାପ୍ଟପ୍ ଓ ଆହୁରି ଅନେକ ଜିନିଷ ଉପରେ ୮୦ ପ୍ରତିଶତ ରିହାତି ମିଳୁଛି। ଉତ୍ସବର ମାହୋଲ୍ ପୂଜା ସିଜିନ୍କୁ ଧ୍ୟାନରେ ରଖି ଏହି ଅଫର୍ରେ ଅନେକ ଏକ୍ସକ୍ଲୁସିଭ ଡିଲ୍ ରଖାଯାଇଛି।
କେଉଁ କେଉଁ ବିଭାଗରେ ମିଳୁଛି ରିହାତି- ଫ୍ଲିପ୍କାର୍ଟ ‘ବିଗ୍ ଦିୱାଲୀ ସେଲ୍’ରେ ସମସ୍ତ ପ୍ରକାର ଉତ୍ପାଦରେ ଆକର୍ଷଣୀୟ ଡିସ୍କାଉଣ୍ଟ ଦେଉଛି। କମ୍ପାନୀ ମୁଖ୍ୟତଃ ମୋବାଇଲ୍, ଟ୍ୟାବଲେଟ୍, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍, ବ୍ୟୁଟି ଓ ଟଏଜ୍ ଉପରେ ଅଧିକ ପରିମାଣର ଡିସ୍କାଉଣ୍ଟ ଦେଉଛି। ଏହା ବ୍ୟତୀତ ହୋମ୍ ଆଣ୍ଡ ଫର୍ଣ୍ଣିଚର୍ ବିଭାଗରେ ମଧ୍ୟ ଡିସ୍କାଉଣ୍ଟ ଦେଉଛି।
ଏହିଭଳି ପାଆନ୍ତୁ ଅଧିକ ଡିସ୍କାଉଣ୍ଟ- ଫ୍ଲିପ୍କାର୍ଟର ଏହି ‘ବିଗ୍ ଦିୱାଲୀ ସେଲ୍’ରେ ଯଦି ଆପଣଙ୍କ ପାଖରେ ଏସ୍ବିଆଇ କ୍ରେଡିଟ୍ କାର୍ଡ଼ ଅଛି ତେବେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ସହ no cost EMIର ମଧ୍ୟ ବିକଳ୍ପ ଦିଆଯାଉଛି।
ଏହି କ୍ୟାଟେଗୋରିରେ ମିଳୁଛି ୯୦ ପ୍ରତିଶତ ଡିସ୍କାଉଣ୍ଟ- ଯଦି ଆପଣ ଡ୍ରେସ୍ କିଣିବାକୁ ଚାହୁଁଛନ୍ତି ପ୍ଲିପ୍କାର୍ଟର ଏହି ସେଲ୍ରେ ଆପଣଙ୍କୁ ମିଳିବ ଫ୍ୟାଶନ୍ରେ ସର୍ବାଧିକ ୮୦ ପ୍ରତିଶତ ରିହାତି। ଏହା ବ୍ୟତୀତ ବେଡ୍ ଓ ବେଡ୍ସିଟ୍ ଓ ଅନ୍ୟ କେତେକ ଜିନିଷରେ ୯୦ ପ୍ରତିଶତ ଯାଏ ରିହାତି ମିଳୁଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗେମିଂ ଲାପ୍ଟପ୍ଗୁନିକରେ ୩୦ ହଜାର ଟଙ୍କା ଯାଏ ରିହାତି ମିଳୁଥିବାବେଳେ, ସ୍ମାର୍ଟଫୋନ୍ରେ ୧ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି।
Do not miss the amazing deals & offers, easy payment options, massive selection and so much more during The Big Diwali Sale! The sale is live! #ShubhBhiLabhBhi
Shop Now: https://t.co/biHdQd5Jdd pic.twitter.com/qeHbvlGsCR
— Flipkart (@Flipkart) November 2, 2018
ଦୀପ ଏବଂ ଆଲୋକ ସାଜସଜ୍ଜାରେ ଡିସ୍କାଉଣ୍ଟ- ଦୀପାବଳିକୁ ଆଖି ଆଗରେ ରଖି ବିଭିନ୍ନ ଆକୃତିର ଦୀପ ଏବଂ ରଙ୍ଗବେରଙ୍ଗର ଆଲୋକ ସାଜସଜ୍ଜାରେ ମଧ୍ୟ ବିଶେଷ ଅଫର ରହିଛି। ଆଲୋକର ଉତ୍ସବ ଦୀପାବଳି ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ ବର୍ତ୍ତମାନଠାରୁ ଅର୍ଡର ଦେଇ ଦୀପାବଳିର ବଜେଟ୍କୁ ନିୟନ୍ତ୍ରଣ କରିପାରିବେ।
from Odisha Reporter https://ift.tt/2Qhaf1M
No comments:
Post a Comment