ନିଯୁକ୍ତିକୁ ନେଇ କେନ୍ଦ୍ରୀୟ ପିଏସୟୁ ଆଗରେ ୩ଦିନ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ନିଯୁକ୍ତିକୁ ନେଇ କେନ୍ଦ୍ରୀୟ ପିଏସୟୁ ଆଗରେ ୩ଦିନ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଯୁକ୍ତି ପ୍ରସଙ୍ଗରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡି ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସୟୁ ଆଗରେ ୫ତାରିଖରୁ ୩ଦିନ ଧରି ୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆଜି ଘୋଷଣା କରିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ସରକାରଙ୍କ ବିଫଳତାକୁ ଉଜାଗର କରିବା ପାଇଁ ଯୁବ ବିଜେପି ଆସନ୍ତା ୫ତାରିଖରେ ସମସ୍ତ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି।

ଆଜି ବିଜେଡି ରାଜ୍ୟ ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୮ବର୍ଷ ଧରି ବିଜେଡି ସରକାର ଯୁବଶକ୍ତିର ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ବେଳେ କେନ୍ଦ୍ର ସରକାର ଉଦାସୀନ ମନୋଭାବ ପୋଷଣ କରି ଓଡ଼ିଶାରୁ ନେଉଥିବା ବିପୁଳ ଖଣିଜ ସଂପଦ ଅନୁପାତରେ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

“୨୦୧୪ ନିର୍ବାଚନ ସମୟରେ ବିଜେପି ୫ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିଙ୍କୁ ୧୦ କୋଟି ଚାକିରି ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା। ସେହି ପ୍ରତିଶ୍ରୁତି ଆଜି ପାଣି ଫୋଟକାରେ ପରିଣତ ହୋଇଛି। ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ର ଆବଶ୍ୟକତା ରହିଛି। ବିଜେଡିର ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ ସାଢେ ୪ ବର୍ଷ ମଧ୍ୟରେ ଯୋଗାଇ ଦେଇନାହାନ୍ତି। ଏହା ଯୁବଶକ୍ତିଙ୍କ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ। ”

ଶ୍ରୀ ଦାସବର୍ମା କହିଛନ୍ତି, “ଓଡ଼ିଶାରେ ୩୦ରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ। କେନ୍ଦ୍ର ସରକାର ଏହି ପିଏସ୍‍ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି। ଏହାର ପ୍ରତିବାଦରେ ବିଜେଡି ସମଗ୍ର ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ଚଳିତମାସ ୫, ୬ ଏବଂ ୮ ତାରିଖରେ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଓଡ଼ିଶାର ଯୁବକଙ୍କ ପାଇଁ କେନ୍ଦ୍ରୀୟ ପିଏସ୍‍ୟୁମାନଙ୍କରେ ନିଯୁକ୍ତି ସୁଯୋଗ ଦାବି କରିବ ଏବଂ କେନ୍ଦ୍ର ସରକାର ସାଢ଼େ ୪ବର୍ଷ ଧରି ଚଳାଇଆସିଥିବା ଯୁବଶକ୍ତି ବିରୋଧରେ ପ୍ରତାରଣାର ଜବାବ ଦେବ।”

ଏହି ବିକ୍ଷୋଭ କାର୍ଯ୍ୟକ୍ରମ ୫ ତାରିଖ ଦିନ ଦକ୍ଷିଣାଞ୍ଚଳ ଆର୍‍ଡିସି ଜୋନରେ କରାଯିବ, ୬ ତାରିଖରେ ପଶ୍ଚିମାଞ୍ଚଳ ଆର୍‍ଡିସି ଜୋନରେ ଏବଂ ୮ ତାରିଖରେ କେନ୍ଦ୍ରୀୟ ଆର୍‍ଡିସି ଜୋନରେ ଅନୁଷ୍ଠିତ ହେବ। ଓଡ଼ିଶାର ଯୁବଶକ୍ତିର ନ୍ୟାଯ୍ୟ ଦାବି, ବିଶେଷକରି ନିଯୁକ୍ତି କ୍ଷେତ୍ରରେ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଓ ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଯୁବ-ଛାତ୍ର ବିଜେଡି ଓଡ଼ିଶାର ଯୁବକ-ଯୁବତୀଙ୍କ ହକ୍‍ ପାଇଁ ଜୋରଦାର ଲଢ଼େଇ ଜାରି ରଖିବ’ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ।



from Odisha Reporter https://ift.tt/2qpGdxJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages