
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୈନନ୍ଦିନ ଖାଦ୍ୟ ତାଲିକାରେ ଆମେ ବିଭିନ୍ନ ପ୍ରକାର ପନିପରିବା ବ୍ୟବହାର କରିଥାଉ। ଏସବୁ ପନିପରିବା ମଧ୍ୟରେ ଆଳୁ ଏକ ନିତିଦିନିଆ ବ୍ୟବହୃତ ପରିବା। କୁହାଯାଏ, ବିନା ଆଳୁରେ ରୋଷେଇ ସ୍ୱାଦହୀନ ଲାଗିଥାଏ। ତେବେ ଆଳୁର ଚୋପା ଶରୀରରେ କୋଲେଷ୍ଟ୍ରଲ୍ର ସ୍ତରକୁ ହ୍ରାସ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।
ସେହିପରି ଆମେରିକା ହାର୍ଟ ଆସୋସିଏସନ୍ର ରିସର୍ଚ୍ଚ ଅନୁସାରେ, ଅଧିକ ଫାଇବର୍ ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ କମ୍ ହୋଇଥାଏ। ଆଳୁ ଅପେକ୍ଷା ଏହାର ଚୋପାରେ ଅଧିକ ଫାଇବର୍ ରହିଛି। ଏଥିପାଇଁ ଆପଣ ଯଦି ଆଳୁ ଖାଉଛନ୍ତି,ତେବେ ଏହାକୁ ସିଝାଇ କିମ୍ୱା ପୋଡ଼ି ଖାଇବା ଅଭ୍ୟାସ କରନ୍ତୁ।
ଗୋଟିଏ ମଧ୍ୟମ ଧରଣର ଆଳୁରେ ୫ଗ୍ରାମ୍ ଫାଇବର୍ ଥାଏ, କିନ୍ତୁ ଏହାର ଚୋପାରେ ଏହାଠାରୁ ଅଧିକ ଫାଇବର୍ ରହିଥାଏ। ଯଦି ଆପଣ ଆଳୁର ଚୋପା ଛଡ଼ାଇ ଖାଉଛନ୍ତି, ତେବେ ଅଧିକ ଫାଇବର୍ଯୁକ୍ତ ଖାଦ୍ୟ ହାତଛଡ଼ା କରୁଛନ୍ତି ବୋଲି ଜାଣନ୍ତୁ।
ଆଳୁରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ। ଆଳୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ-ବି’ ମଧ୍ୟ ରହିଛି। ଏହା ଶରୀରକୁ ମଜବୁତ୍ କରିବା ସହ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ଫାଇବର୍ ଶରୀରର ହଜମ ଶକ୍ତି ବଢ଼ାଏ ବୋଲି ଆୟୁର୍ବେଦରେ ପରାମର୍ଶ ମଧ୍ୟ ଦିଆଯାଇଛି।
from Odisha Reporter https://ift.tt/2Dm5tfP
No comments:
Post a Comment