ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ ‘ପୁଦିନା ରାଇସ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ ‘ପୁଦିନା ରାଇସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅନେକଙ୍କର ଅଧିକାଂଶ ସମୟରେ ରେଷ୍ଟୁରାଣ୍ଟ୍‌ରେ ମିଳୁଥିବା ଖାଦ୍ୟ ଘରେ ପ୍ରସ୍ତୁତ କରି ଖାଇବାକୁ ଇଚ୍ଛା ହୋଇଥାଏ। ଆଜି ଆମେ ଏହିପରି ଏକ ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍‌ ଖାଦ୍ୟ ସାମଗ୍ରୀ ‘ପୁଦିନା ରାଇସ୍‌’ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ:
ବାସୁମତୀ ଚାଉଳ, ପୁଦିନା ପତ୍ର, ସିଝା ଗ୍ରୀନ୍‌ ମଟର, କଞ୍ଚା ଲଙ୍କା, ଅଦା, କଟା ପିଆଜ, ଅଲିଭ୍‌ ଅଏଲ୍‌, ଅଳେଇଚ, ଡାଲଚିନି, ଲବଙ୍ଗ, ତେଜପତ୍ର, ଲେମ୍ବୁ ରସ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚାଉଳକୁ ଧୋଇ ଭିଜାଇ ରଖନ୍ତୁ। ଏବେ ପୁଦିନା ପତ୍ର, ଅଦା, କଞ୍ଚା ଲଙ୍କା ଏକାଠି ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ସେଥିରେ ଅଳେଇଚ, ଡାଳଚିନି, ଲବଙ୍ଗ ଏବଂ ତେଜପତ୍ର ପକାଇ ୨ମିନିଟ୍‌ ଭାଜନ୍ତୁ। ଏବେ କଡ଼େଇରେ ପିଆଜ ପକାନ୍ତୁ। ପିଆଜ ଗୋଲ୍ଡେନ୍ ବ୍ରାଉନ୍‌ କଲର୍‌ ହୋଇଗଲା ପରେ ଏଥିରେ ପୁଦିନା ପେଷ୍ଟ୍‌ ଏବଂ ସିଝା ଗ୍ରୀନ୍‌ ମଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ପୂର୍ବରୁ ଭିଜାଇଥିବା ଚାଉଳ, ଲୁଣ, ଲେମ୍ବୁ ରସ ଓ ପାଣି ଦେବା ପରେ ଏହାକୁ ଘୋଡ଼ାଇ ସିଝିବାକୁ ଛାଡ଼ି ଦିଅନ୍ତୁ। ଚାଉଳ ସିଝିଯିବା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍‌ ସ୍ୱାଦିଷ୍ଟ ପୁଦିନା ରାଇସ୍‌। ଏହାକୁ ଗରମ ଗରମ ପରଷନ୍ତୁ।



from Odisha Reporter https://ift.tt/2OJpXRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages