
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଭାରତୀୟ ସେନା (ମିଲିଟାରୀ), ନୌ ସେନା ଓ ବାୟୁ ସେନାର ଆପଣ ଚାକିରି କରିବାକୁ ଆଗ୍ରହୀ ଥିଲେ, ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍(ୟୁପିଏସ୍ସି)ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ। ଏଥିପାଇଁ ଯୁପିଏସ୍ସି ପକ୍ଷରୁ ମିଳିତ ଭାବେ ୪୧୭ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି।
୨୦୧୯ ଫେବୃଆରୀ ୨୯ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହେବ। ଏ ନେଇ ଆବେଦନର ଶେଷ ତାରିଖ ନଭେମ୍ବର ୨୬, ୨୦୧୮କୁ ଧାର୍ଯ୍ୟ ହୋଇଛି।
ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ ବା ଆଇଏମ୍ଏରେ ଅଫିସର୍ ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ଯେକୌଣସି ବର୍ଗରେ ଡିଗ୍ରୀ ରହିଛି। ସେହିଭଳି ଇଣ୍ଡିଆନ୍ ନାଭାଲ୍ ଏକାଡେମୀ ପାଇଁ ଇଂଜିନିୟରିଂରେ ଜିଗ୍ରୀ ଏବଂ ଇଣ୍ଡିଆନ୍ ଏୟାର୍ ଫୋର୍ସ ପାଇଁ ଇଂଜିନିୟରିଂ ଡିଗ୍ରୀ ସହ ୟୁକ୍ତ ଦୁଇରେ ଫିଜିକ୍ସ ଓ ମ୍ୟାଥ୍ମେଟିକ୍ସ ଥିବା ଜରୁରୀ।
ଚୟନ ପ୍ରକ୍ରିୟା:
ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ ହେବା ପାଇଁ ପ୍ରଥମେ ଲିଖିତ ପରୀକ୍ଷା ଏବଂ ପରେ ଇଣ୍ଟରଭ୍ୟୁ ଓ ମେଡିକାଲ୍ ଟେଷ୍ଟ୍ରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।
from Odisha Reporter https://ift.tt/2yUg7HC
No comments:
Post a Comment