ରେଳ ଧାରଣା ମରାମତି ବେଳେ ୪ ଜଣଙ୍କୁ ଦଳିଦେଲା ଟ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ରେଳ ଧାରଣା ମରାମତି ବେଳେ ୪ ଜଣଙ୍କୁ ଦଳିଦେଲା ଟ୍ରେନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହରଦୋଇଠାରେ ଆଜି ମଧ୍ୟାହ୍ଣରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରେଳ ଧାରଣା ମରାମତି କରୁଥିବା କିଛି ଶ୍ରମିକଙ୍କ ଉପରେ ଏକ ଦ୍ରୁତଗାମୀ ଟ୍ରେନ୍‌ ମାଡ଼ିଯିବାରୁ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ରେଳ ବିଭାଗର ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣ ପ୍ରାୟ ୧୧.୫୫ରେ ସାଣ୍ଡିଲା ଓ ଉମରଟାଲି ରେଳ ଧାରଣାରେ କିଛି ଶ୍ରମିକ ମରାମତି କାର୍ଯ୍ୟ କରୁଥିଲେ। ଏହି ସମୟରେ କୋଲକାତା-ଅମୃତସର ଅକାଲତଖତ ଏକ୍ସପ୍ରେସ ଅତର୍କିତ ଭାବେ ସେହି ଧାରଣାରେ ଚାଲି ଆସିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ଏହା ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ୪ ଜଣ ଶ୍ରମିକଙ୍କ ମୃତ୍ୟୃ ଘଟିଛି।

ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ ରେଳ ଧାରଣାରେ କାମ କରୁଥିଲେ ହେଁ କୌଣସି ପୂର୍ବ ସୂଚନା ଟ୍ରେନ୍‌ ଡ୍ରାଇଭର କିମ୍ବା ଷ୍ଟେସନ୍‌ ମାଷ୍ଟରଙ୍କୁ ଦିଆଯାଇ ନଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2QkFhWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages