ମେଲୋଡି ଚାଲିଥିବା ବେଳେ ଫୁଟିଲା ଗୁଳି: ଜଣେ ମୃତ, ୩ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ମେଲୋଡି ଚାଲିଥିବା ବେଳେ ଫୁଟିଲା ଗୁଳି: ଜଣେ ମୃତ, ୩ ଆହତ

dead

ସାଲେପୁର (ମନୋଜ ଆଚାର୍ଯ୍ୟ): ମେଲୋଡି ଚାଲିଥିବା ବେଳେ ଫୁଟିଲା ଗୁଳି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ସେକ୍ ଇମ୍ରାନ୍।

ଘଟଣାଟି ଘଟିଛି ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ। ଏଠାରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ପୂଜା କମିଟିର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଅବସରରେ ମେଲୋଡି ଚାଲିଥିବା ବେଳେ ସେକ୍‌ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଉଛି ବୋଲି ଜାଣିବା ପାଇଁ ମେଲୋଡି ଦେଖୁଥିବା କିଛି ଲୋକ ସେମାନଙ୍କ ନିକଟକୁ ଆସୁଥିଲେ। ଏହି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ସେକ୍‌ଙ୍କ ଉପରକୁ ଗୁଳି କରିଥିଲେ। ସେକ୍‌ଙ୍କ ବେକରେ ଗୁଳି ବାଜିଥିଲା। ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ତାଙ୍କ ଘର ପାଟସାଇଲ ଗାଁରେ।

ଦୁର୍ବୃତ୍ତ ଜଣଙ୍କ ସେକ୍‌ଙ୍କୁ ଗୁଳି କରିବା ପରେ ତାଙ୍କ ପାଖକୁ ଆସୁଥିବା ଲୋକଙ୍କୁ ମଧ୍ୟ ଆଜିବୁଜା ଗୁଳି କରିଥିଲା। ଫଳରେ ତିନି ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ବନମାଳିପୁର ଗାଁର ନିତ୍ୟାନନ୍ଦ ମଲ୍ଲିକ ଏବଂ ଭୋଳ ଗାଁର ଉତ୍ତମ ଦାସ ଓ ରଘୁନାଥ ମଲ୍ଲିକ।

ଉତ୍ତମଙ୍କ ଅଣ୍ଟା ତଳକୁ ଗୁଳି ବାଜିଛି। ସେହିପରି ରଘୁନାଥଙ୍କ ଜଙ୍ଘରେ ଗୁଳି ବାଜି ଥିବା ବେଳେ ନିତ୍ୟାନନ୍ଦଙ୍କ ପେଟରେ ଗୁଳି ବାଜିଛି। ଏହି ତିନି ଜଣ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗୁଳିକାଣ୍ଡପରେ ଲୋକମାନେ ଇତଃସ୍ତତ ହୋଇ ଦୌଡ଼ାଦୌଡ଼ି କରି ସେଠାରୁ ପଳାଇ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଜଣକ ଖସି ପଳାଇ ଯାଇଥିବା ପୁଲିସ୍ କହିଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2BpWybL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages