ଅଧିକ ନ ଚାଲିବା ସତ୍ତ୍ୱେ ପାଦ ଦରଜ ହେଉଛି, କି? ଜାଣନ୍ତୁ, କାରଣ ଓ ନିରାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଅଧିକ ନ ଚାଲିବା ସତ୍ତ୍ୱେ ପାଦ ଦରଜ ହେଉଛି, କି? ଜାଣନ୍ତୁ, କାରଣ ଓ ନିରାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟ ପାନୀୟ ହିଁ ସ୍ୱାସ୍ଥ୍ୟକୁ ଠିକ୍‌ ରଖିଥାଏ। ଯଦି ଆପଣ ସୁସ୍ଥକର ଆହାର ନେଉ ନାହାନ୍ତି, ତେବେ ଶରୀରରେ ଅନେକ ସମସ୍ୟା ଦେଖାଦିଏ।

ଆବଶ୍ୟକ ପରିମାଣ ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁ ଅନେକ ବ୍ୟକ୍ତି ଅଧିକ ନ ଚାଲିବା ସତ୍ତ୍ୱେ ପାଦ ଦରଜର ଶିକାର ହୋଇଥା’ନ୍ତି।

ଯଦି ଆପଣ ଅଧିକ ଚାଲୁ ନାହାନ୍ତି, କିନ୍ତୁ ଆପଣଙ୍କ ପାଦ ଦରଜ ହେଉଛି, ତେବେ ଭିଟାମିନ୍‌ ଓ ମିନେରାଲସ୍‌ ଅଭାବ ହିଁ ଏହାର ପ୍ରମୁଖ କାରଣ।

ଏପରି ସମସ୍ୟା ହେଲେ, ପୀଡ଼ିତ ବ୍ୟକ୍ତି ଚାଲିବାରେ କଷ୍ଟ ଅନୁଭବ କରନ୍ତି। ଅଧିକାଂଶ ଲୋକଙ୍କ ପାଦ ସକାଳୁ ଶେଯରୁ ଉଠିବା ପରେ ଅଧିକ ଦରଜ ହୋଇଥାଏ।

ବିଶେଷ କରି ଭିଟାମିନ୍‌ ଡି’ର ଅଭାବ ହେଲେ, ଏପରି ସମସ୍ୟା ଦେଖା ଦିଏ। ହାଡ଼କୁ ମଜବୁତ୍‌ ରଖିବା ପାଇଁ ଶରୀରରେ ଭିଟାମିନ୍‌ ଡି’ ଅଧିକ ପରିମାଣରେ ଆବଶ୍ୟକ ଥାଏ।  ଶରୀରରେ ଏହାର ମାତ୍ରା କମ୍‌ ହେଲେ, ହାଡ଼ରେ ଯନ୍ତ୍ରଣା ହୋଇଥାଏ।

ଭିଟାମିନ୍‌ ଡି’ର ଅଭାବ ହେଲେ, କେବଳ ପାଦରେ ଯନ୍ତ୍ରଣା ନୁହେଁ, ବରଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଘା’ ଶୁଖି ନ ଥାଏ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହାର ଉପଚାର ପାଇଁ ଅଧିକ ଭିଟାମିନ୍ ଡି’ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

ଚୂନା ମାଛ, କ୍ଷୀର, ମାଂସ, ପନୀର, ଛତୁ, ସୂର୍ଯ୍ୟ କିରଣ, ଅଣ୍ଡା କେଶର ଓ ସବୁଜ ପରିବାରେ ଭିଟାମିନ୍‌ ଡି’ ପ୍ରଚୁର ପରିମାଣରେ ରହିଛି।
ଏହି ସବୁ ଖାଦ୍ୟ ଖାଇଲେ ଶରୀର କୌଣସି ପ୍ରକାର ସଂକ୍ରମଣ ରୋଗରୁ ବି ସୁରକ୍ଷା ପାଇଥାଏ।



from Odisha Reporter https://ift.tt/2Ktvz2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages