ଘରେ ତିଆରି କରନ୍ତୁ ଚଟ୍‌ପଟା ‘ଆଚାରି ଚିକେନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଘରେ ତିଆରି କରନ୍ତୁ ଚଟ୍‌ପଟା ‘ଆଚାରି ଚିକେନ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟତଃ ଶୀତଦିନେ ଅଧିକାଂଶ ଲୋକ କିଛି ନା କିଛି ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପା’ନ୍ତି। ଆଜି ଆମେ ସେଭଳି ଏକ ଚଟ୍‌ପଟା ଖାଦ୍ୟ ‘ଆଚାରି ଚିକେନ୍‌’ ଘରେ କିପରି ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଆପଣଙ୍କୁ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ଏବେ ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ। ମସଲା କଷି ହୋଇ ଆସିଲେ, ଏଥିରେ ଚିକେନ୍‌, ଲୁଣ, ଆମଚୁର ପାଉଡର୍‌, କାଜୁ ପେଷ୍ଟ୍‌ ଏବଂ ଆଚାର ପକାଇ ପୁଣି କଷନ୍ତୁ। ଏବେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟ୍‌ପଟା ଆଚାରି ଚିକେନ୍‌। ଏବେ ଏହାକୁ ରୁଟି, ନାନ୍‌, ପରଟା ବା ରୁମାଲ୍‌ ରୁଟି ସହ ପରଷନ୍ତୁ।



from Odisha Reporter https://ift.tt/2E34HWk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages