ମୁଖା ଖୋଲିବା ଭୟରେ ସରକାର ଚାପିଛନ୍ତି ପିପିଲି ଗଣଦୁଷ୍କର୍ମ ତଦନ୍ତ ରିପୋର୍ଟ : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ମୁଖା ଖୋଲିବା ଭୟରେ ସରକାର ଚାପିଛନ୍ତି ପିପିଲି ଗଣଦୁଷ୍କର୍ମ ତଦନ୍ତ ରିପୋର୍ଟ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବବିନା ବେହେରା ଗଣଦୁଷ୍କର୍ମ ମାମଲାକୁ ୭ବର୍ଷ ପୁରିଥିଲେ ମଧ୍ୟ ଏହାର ତଦନ୍ତ ରିପୋର୍ଟକୁ ରାଜ୍ୟ ସରକାର ଜାଣିଶୁଣି ଚାପି ରଖିଛନ୍ତି। ନିଜର ଅସଲ ମୁଖା ଖୋଲିଯିବା ଭୟରେ ସରକାର ଏହି କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ମୁଖପାତ୍ର ନିଶିକାନ୍ତ ମିଶ୍ର, ମନୋଜ ମହାପାତ୍ର, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥି ଏବଂ ଦୀପକ ମହାପାତ୍ର ପ୍ରମୁଖ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବବିନା ବେହେରାଙ୍କ ସହ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରି ଜଷ୍ଟିସ ପିକେ ମହାନ୍ତି କମିଶନ ୨୦୧୬ ମାର୍ଚ୍ଚ ୩୦ ତାରିଖରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ଇତିମଧ୍ୟରେ ଅଢ଼େଇବର୍ଷ ବିତିଯାଇଥିଲେ ବି ସରକାର ସେହି ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି, ବିଚାର ମଧ୍ୟ ଅଧା ବାଟରେ ପଡିରହିଛି।ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ସରକାରଙ୍କ ଅସଲ ମୁଖା ଖୋଲିଯିବା ଭୟରେ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ରିପୋର୍ଟକୁ ଚାପି ରଖାଯାଇଛି।

ବବିନା ଗଣଦୁଷ୍କର୍ମର ବିଚାରକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେଉନି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଯେଉଁ ଅଧିକାରୀମାନଙ୍କର ନିଷ୍କ୍ରିୟତା ଓ ରାଜନେତାମାନଙ୍କର ହସ୍ତକ୍ଷେପ ଯୋଗୁ ପୋଲିସ ମାମଲା ରୁଜୁ କରିନଥିଲା କି ଡାକ୍ତର ସଠିକ୍ ଭାବେ ଚିକିତ୍ସା କରି ନଥିଲେ ସେମାନେ ଏବେ ଚାକିରିରେ ଅବସ୍ଥାପିତ ଥିବାବେଳେ ମନ୍ତ୍ରୀ ପଦ ହରାଇଥିବା ପ୍ରଦୀପ ମହାରଥୀ ଏବେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ ଭାବେ ନିଜର ମନ୍ତ୍ରୀ ପଦ ଫେରି ପାଇଛନ୍ତି।

ଏହି ଘଟଣାକୁ ସାତ ବର୍ଷ ପୁରିଯାଇଥିଲେ ମଧ୍ୟ ଏବେସୁଦ୍ଧା ଦଳିତ ପରିବାର ନ୍ୟାୟ ପାଇନାହାନ୍ତି। ଶ୍ରୀ ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା,ଏଥିପାଇଁ ଉତ୍ତରଦାୟୀ କିଏ ଏବଂ ପୁଲିସ ସଠିକ ଭାବେ ତା’ର କାର୍ଯ୍ୟ ସଂପାଦନ କରିଛି ନା ନାହିଁ, କମିଶନ ଏହି ତିନୋଟି ପ୍ରସଙ୍ଗକୁ ତଦନ୍ତ ପାଇଁ ପ୍ରାୟ ୪ ବର୍ଷ ସମୟ ନେଇ ୧୧୧ଥର ଏଥିପାଇଁ ବୈଠକ କରିଥିଲେ। ଆଉ ୪୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ। ତେଣୁ ମା’କୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କର ଯଦି ଦଳିତ ଓ ମହିଳାମାନଙ୍କ ପ୍ରତି ସାମାନ୍ୟ ଦରଦ ଥାଏ, ତା’ହେଲେ ଜଷ୍ଟିସ ମହାନ୍ତି କମିଶନଙ୍କ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି।



from Odisha Reporter https://ift.tt/2SkOG0P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages