ପଶ୍ଚିମ ଓଡ଼ିଶା ମହାବନ୍ଦ ପାଇଁ ଏହି ସବୁ ଟ୍ରେନ୍ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ପଶ୍ଚିମ ଓଡ଼ିଶା ମହାବନ୍ଦ ପାଇଁ ଏହି ସବୁ ଟ୍ରେନ୍ ବାତିଲ

train

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆଜିଠୁ ଓକିଲମାନଙ୍କ ୪୮ ଘଣ୍ଟିଆ ମହାବନ୍ଦ ଆରମ୍ଭ ହୋଇଛି। ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ଏଥିରେ ସାମିଲ ହୋଇ ନଥିବା ବେଳେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼ ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ମହାବନ୍ଦ ଯୋଗୁ ଦୋକାନ,ବଜାର ସହିତ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହା ସହିତ ରେଳ ସେବା ବି ପ୍ରଭାବିତ ହୋଇଛି। ବନ୍ଦ ଯୋଗୁ ଏକାଧିକ ଟ୍ରେନ୍‌କୁ  ବାତିଲ କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ସମ୍ବଲପୁର-ରାୟଗଡ଼ା ଓ ସମ୍ବଲପୁର-ଝାରସୁଗୁଡ଼ା। ଏ ଦୁଇ ଟ୍ରେନ୍‌କୁ ଦୁଇ ପଟୁ ବାତିଲ କରାଯାଇଛି।

ସେହିପରି ଭୁବନେଶ୍ୱର-ବଲାଙ୍ଗିର ଓ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଉଭୟ ପଟୁ ବାତିଲ୍ କରାଯାଇଛି।

ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ୍ ପାସେଞ୍ଜର, ଟିଟିଲାଗଡ଼-ସମ୍ବଲପୁର ଓ ରାଉରକେଲା-ସମ୍ବଲପୁର ପାସେଞ୍ଜରକୁ ବାତିଲ୍ କରାଯାଇଛି।

ଏହା ସହିତ ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ଏବଂ ବିଲାସପୁର-ଟିଟିଲାଗଡ଼ ପାସେଞ୍ଜରକୁ ବି ବାତିଲ୍ କରାଯାଇଛି।



from Odisha Reporter https://ift.tt/2KGPsCX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages