ପ୍ରେମ୍‌ଙ୍କୁ ଭେଟିଲେ ପ୍ରେମ୍‌କୁମାର, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ପ୍ରେମ୍‌ଙ୍କୁ ଭେଟିଲେ ପ୍ରେମ୍‌କୁମାର, କହିଲେ ଏମିତି କଥା

କଟକ: ଭାଇଚାରାର ସହରରେ ଭାଇଜାନ୍‌। ହକି ବିଶ୍ୱକପ୍‌ ଉପଲକ୍ଷେ ଓଡ଼ିଶାର କଟକ ଆସିଥିବା ସଲମାନ୍‌ ଖାନ୍‌ଙ୍କୁ ସାମ୍ନାରେ ସ୍ୱଚକ୍ଷୁରେ ନଦେଖିଥିଲେ ମଧ୍ୟ ସୋଶାଲ ମିଡିଆରେ ଏମିତି ଲେଖା ସହିତ ବିଭିନ୍ନ ଫଟୋ ଘୁରିବୁଲୁଛି। ଆଉ ଏପରି ଦବଙ୍ଗ୍‌ କ୍ରେଜ୍‌ରୁ ବାଦ୍‌ ପଡ଼ିନାହାନ୍ତି ଆମ ଓଡ଼ିଆ ଭାଇଜାନ୍‌ ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି।

ସେ ନିଜ ଫେସବୁକ୍‌ ପ୍ରୋଫାଇଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଲମାନ୍‌ଙ୍କ ଫଟୋ ସହିତ ନିଜେ ସଲମାନ୍‌ଙ୍କ ସହିତ ଉଠାଇଥିବା ଏକ ସେଲ୍ଫି ଅପ୍‌ଲୋଡ୍‌ କରିଛନ୍ତି। ଏହି ଅବସରରେ ଅନୁଭବ ଧଳା କୂର୍ତ୍ତା ଏବଂ ଲାଲ୍‌ ରଙ୍ଗର ଶାଲ୍‌ ସହିତ ତାଙ୍କୁ ଭେଟିବାକୁ ଆସିଥିଲେ।

ଅନୁଭବ ନିଜ ପୋଷ୍ଟରେ କାର୍ଯ୍ୟକ୍ରମ ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇବା ସହିତ ସଲମାନ୍‌ଙ୍କୁ ଏହି ସେଲ୍ଫି ପାଇଁ କୃତଜ୍ଞତା ଜଣାଇଛନ୍ତି। ଅନୁଭବଙ୍କ ଜନ୍ମିତ ସହର କଟକ ଆସିଥିବାରୁ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ପୁଣି ଥରେ ଆସିବାକୁ ଅନୁରୋଧ କରିଛନ୍ତି।

୧୯୮୯ ମସିହାରେ ଆସିଥିବା ସଲମାନ୍‌ଙ୍କ ପ୍ରଥମ ଫିଲ୍ମ ମ୍ୟୁଜିକାଲ ରୋମାଣ୍ଟିକ୍‌ ହିଟ୍‌ ‘ମୈନେ ପ୍ୟାର କିୟା’ ସୂରଜ ବରଜାତ୍ୟାଙ୍କ ନିର୍ଦ୍ଦେଶନାରେ ବେଶ୍ ସଫଳତା ସାଉଁଟିଥିଲା। ଅନୁଭବଙ୍କ ଆରମ୍ଭ ମଧ୍ୟ ଠିକ୍‌ ସେହିଭଳି ରୋମାଣ୍ଟିକ୍‌ ଫିଲ୍ମ ‘ଆଇ ଲଭ୍‌ ୟୁ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଯାହାର ନିର୍ଦ୍ଦେଶକ ଥିଲେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ହର ପଟ୍ଟନାୟକ।

ପୂର୍ବରୁ ସଲମାନ୍‌ଙ୍କୁ ନିଜର ଆଦର୍ଶ ମାନିସାରିଥିବା ଅନୁଭବ ଗତ କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମରେ ପ୍ରେମ୍‌ କୁମାର ନାମରେ ଆସିଥିଲେ। ‘ପ୍ରେମ୍‌’ ନାମଟି ସଲମାନ୍‌ଙ୍କର ଅତି ପ୍ରିୟ। କାରଣ ତାଙ୍କର ପ୍ରଥମ ଫିଲ୍ମ ‘ମୈନେ ପ୍ୟାର କିୟା’ଠାରୁ ଆରମ୍ଭ କରି ଅନେକ ଫିଲ୍ମରେ ସେ ଏହି ନାମରେ ପରଦାକୁ ଓହ୍ଲାଇଛନ୍ତି।

ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି, ମୈନେ ପ୍ୟାର କିୟା, ଜୁଡ୍‌ୱା, ଅନ୍ଦାଜ୍‌ ଅପ୍‌ନା ଅପ୍‌ନା, ବିୱି ନମ୍ବର ୱାନ୍‌, ହମ୍‌ ଆପ୍‌କେ ହୈ କୌନ୍‌, ହମ୍‌ ସାଥ୍‌ ସାଥ୍‌ ହୈ ଏବଂ ପ୍ରେନ୍‌ ରତନ୍‌ ଧନ୍‌ ପାୟୋ।



from Odisha Reporter https://ift.tt/2SlOWgl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages