ପ୍ରଥମ ପରୀକ୍ଷାରେ ‘ଆଇଏନ୍‌ଏସ୍‌ ଅରିହନ୍ତ’ ପାସ୍‌, ମୋଦି କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ପ୍ରଥମ ପରୀକ୍ଷାରେ ‘ଆଇଏନ୍‌ଏସ୍‌ ଅରିହନ୍ତ’ ପାସ୍‌, ମୋଦି କହିଲେ ଏମିତି କଥା

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ ବାଲାଷ୍ଟିକ ମିଜାଇଲ୍‌କୁ ଉତ୍‌କ୍ଷେପଣ କରିପାରୁଥିବା ବୁଡ଼ାଜାହଜ ଆଇଏନ୍‌ଏସ୍‌ ଅରିହନ୍ତ ଆଜି ପ୍ରଥମଥର ପ୍ୟାଟ୍ରୋଲିଂ କରି ପାସ୍‌ ହୋଇଛି।

ଆଇଏନ୍‌ଏସ୍‌ ଅରିହନ୍ତର ଏଭଳି ସଫଳ ପରୀକ୍ଷାମୂଳକ ପ୍ୟାଟ୍ରୋଲିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିବା ସହ ବର୍ତ୍ତମାନ ସମୟରେ ଏଭଳି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଥିବା ବୁଡ଼ାଜାହଜ ଦରକାର ବୋଲି କହିଛନ୍ତି।

ପ୍ୟାଟ୍ରୋଲିଂ କରି ଫେରିଥିବା ଆଇଏନ୍‌ସ୍‌ ଅରିହନ୍ତର କ୍ରୁ ସଦସ୍ୟଙ୍କୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ଜାତୀୟ ସୁରକ୍ଷାକୁ ଅଧିକ ସଶକ୍ତ କରିବା ପାଇଁ ଏଭଳି ବୁଡ଼ାଜାହଜ ବେଶ ସହାୟକ ହେବ।

ଏହାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସଦସ୍ୟଙ୍କୁ ମୁଁ ସାଧୁବାଦ ଜଣାଉଛି। ଏଭଳି ଘଟଣା ଆମ ଇତିହାସରେ ଲିପିବଦ୍ଧ ହୋଇ ରହିବ। ବାହ୍ୟ ଦେଶର ଶତ୍ରୁଙ୍କ ଆକ୍ରମଣରୁ ଆଇଏନ୍‌ଏସ୍‌ ଅରିହନ୍ତ ୧୩୦ କୋଟି ଭାରତୀୟଙ୍କୁ ନିଶ୍ଚିତ ଭାବେ ସୁରକ୍ଷା ଯୋଗାଇ ଦେବ।

ଆଜି ଆଇଏନ୍‌ଏସ୍‌ ଅରିହନ୍ତ ସଫଳତାର ସହ ପ୍ରତିଷେଧମୂଳକ ପ୍ୟାଟ୍ରୋଲିଂ କରି ଆସିଥିବାରୁ, ଏହା ଆମ ପାଇଁ ଐତିହାସିକ ଦିନ।”

୬ ହଜାର ଟନ୍‌ ବିଶିଷ୍ଟ ଆଇଏନ୍‌ଏସ୍‌ ଅରିହନ୍ତକୁ ଦୀର୍ଘ ୩ ଦଶନ୍ଧି ଧରି ଗୁପ୍ତ ଭାବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ନିର୍ମାଣ କରାଯାଉଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଏହାକୁ ନ୍ୟୁକ୍ଲିୟର କମାଣ୍ଡ ଅଥରିଟି ପକ୍ଷରୁ ପରିଚାଳନା କରାଯାଉଥିଲା।

ଏହା ପ୍ରତିଶେଷଧମୂଳକ ପ୍ୟାଟ୍ରୋଲିଂ ଶେଷ କରିଥିବାରୁ ଆଇଏନ୍‌ଏସ୍‌ ଅରିହନ୍ତକୁ ଏବେ ପାଣି ଭିତରେ ବାଲାଷ୍ଟିକ୍‌ ମିଜାଇଲ୍‌ ଉତ୍‌କ୍ଷେପଣ ପାଇଁ ବ୍ୟବହାର କରାଯାଇ ପାରିବ। ପୂର୍ବରୁ ଆମେରିକା, ଫ୍ରାନ୍ସ, ଚୀନ୍‌, ରୁଷ ଓ ବ୍ରିଟେନ୍‌ ପାଖରେ ଏଭଳି ଯୁଦ୍ଧାସ୍ତ୍ରବହନକାରୀ ଜାହାଜ ରହିଥିଲା। ଏବେ ଭାରତ ଏହି ତାଲିକାରେ ସାମିଲ ହୋଇଛି।



from Odisha Reporter https://ift.tt/2FdUHuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages