ନିହତ ୫ ନକ୍ସଲଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ନିହତ ୫ ନକ୍ସଲଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଲା

dgp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପପଲୁର ଅଞ୍ଚଳରେ ପୁଲିସ୍‌ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ପରିଚୟ ମିଳିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ଅଛନ୍ତି।

ମୃତକମାନେ ହେଲେ ହେଲେ- କାଲିମେଳା ଦଳମ୍‌ର ଏରିଆ କମିଟି ସଦସ୍ୟ ଉଙ୍ଗା ସୋଢ଼ି ଓରଫ୍ କିର୍ତ୍ତୀ, ମାସେ ମାଢ଼ି ଓ ସୀମା କେଣ୍ଡ୍ରୁକା ଓରଫ୍ ରୁପି ଓରଫ ସୁଶିଳା।

ଉଙ୍ଗାର ଘର ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ। ସେ ଏସିଏମ୍‌ କ୍ୟାଡର୍‌ର ନକ୍ସଲ। ମହିଳା ନକ୍ସଲ ମାସେ ମାଢ଼ି ଓରଫ ସୁନ୍ନିର ଘର ମଧ୍ୟ କାଲିମେଳା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡା ଗାଁରେ। ସେହିପରି ଆଉ ଜଣେ ମହିଳା ସଦସ୍ୟ ସୀମା କେଣ୍ଡ୍ରୁକା ଓରଫ୍ ରୁପିର ଘର କୋରାପୁଟ ଜିଲ୍ଲା ନାରାୟଣପାଟଣାର ବାଲିପେଟାରେ।

ମୃତ ଅନ୍ୟ ଦୁଇ ନକ୍ସଲଙ୍କ ପରିଚୟ ମିଳିପାରି ନାହିଁ।

ପୁଲିସ୍ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ୪ଟି ବନ୍ଧୁକ ଜବତ କରାଯାଇଛି। ସେଥି ମଧ୍ୟରେ ରହିଛି ୨ଟି ଏସ୍‌ଏଲ୍‌ଆର୍‌ ରାଇଫଲ୍‌, ଗୋଟିଏ ଇନ୍‌ସାସ୍‌ ରାଇଫଲ୍‌, ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ୍‌ ରହିଛି। ଏହା ସହିତ ଘଟଣାସ୍ଥଳରୁ ଗୋଟିଏ ହ୍ୟାଣ୍ଡ୍ ଗ୍ରେନେଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଏସ୍‌ଓଜି ଯବାନଙ୍କୁ ନେଇ ପପଲୁରର କୁରମାନୁର ଜଙ୍ଗଲରେ ଗତକାଲି ସନ୍ଧ୍ୟାରୁ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଏସ୍‌ଓଜିର ଦୁଇଟି ୟୁନିଟ୍‌କୁ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା। ଏହି ଅପରେସନ୍ ବେଳେ ଆଜି ଭୋର୍‌ରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।

ଡିଜିପି ଆର୍.ପି ଶର୍ମା କହିଛନ୍ତି,“ ଓଡ଼ିଶା ପୁଲିସ୍‌କୁ ଉଲ୍ଲେଖନୀୟ ସଫଳତା ମିଳିଛି। ମୁଁ ଭାବୁଛି ଓଡ଼ିଶାର ଏହା ବେଷ୍ଟ୍ ଅପରେସନ୍‌।”



from Odisha Reporter https://ift.tt/2qtEAik

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages