ସାମ୍ପତ୍ତି ତାଲିକା ସାର୍ବଜନୀନ କଲେନି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ସାମ୍ପତ୍ତି ତାଲିକା ସାର୍ବଜନୀନ କଲେନି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥ୍ରୀ-ଟିକୁ ମୂଳମନ୍ତ୍ର କରି ଦୁର୍ନୀତିମୁକ୍ତ ସରକାରର ସ୍ଲୋଗାନ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ନିଜର କିମ୍ବା ନିଜ ମନ୍ତ୍ରୀମାନଙ୍କ ସାମ୍ପତ୍ତି ତାଲିକାକୁ ସାର୍ବଜନୀନ କରିନାହାନ୍ତି। ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ମନ୍ତ୍ରିମଣ୍ଡଳ ସହଯୋଗୀଙ୍କ ସାମ୍ପତ୍ତି ବିବରଣୀକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାର୍ବଜନୀନ କରାଇଥାଏ। କିନ୍ତୁ ଚଳିତବର୍ଷ ନଭେମ୍ବର ମାସ ସରିବାକୁ ବସିଥିଲେ ମଧ୍ୟ ଏହି ସାମ୍ପତ୍ତି ତାଲିକା ସାର୍ବଜନୀନ ହୋଇପାରିନି।

ମିଳିଥିବା ସୂଚନା ଅନୁସାରେ ସରକାରରେ ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୧ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ନିଜର ତଥା ମନ୍ତ୍ରିମଣ୍ଡଳ ସହଯୋଗୀଙ୍କ ବାର୍ଷିକ ସାମ୍ପତ୍ତି ବିବରଣୀକୁ ସାର୍ବଜନୀନ କରିଥିଲେ।୨୦୧୬-୧୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଟ ସାମ୍ପତ୍ତି ୪୯କୋଟି ଟଙ୍କା ଥିଲା ଓ କ୍ୟାବିନେଟ୍ ସହଯୋଗୀଙ୍କ ମଧ୍ୟରେ ସେ ସବୁଠୁ ଧନୀ ଥିଲେ। କିନ୍ତୁ ଥ୍ରୀ-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟିମୱାର୍କ)କୁ ନିଜ ସରକାରର ମୂଳ ମନ୍ତ୍ର ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରୁଥିବା ନବୀନ ଚଳିତଥର ବାର୍ଷିକ ସାମ୍ପତ୍ତି ତାଲିକାକୁ ପ୍ରକାଶ କରିନାହାନ୍ତି। ଯଦିଓ ନିୟମ ଅନୁସାରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ସାମ୍ପତ୍ତି ତାଲିକାକୁ ସାର୍ବଜନୀନ କରିବାର ବ୍ୟବସ୍ଥା ରହିଛି।କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରର ମନ୍ତ୍ରୀମାନେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ନିଜର ବାର୍ଷିକ ସାମ୍ପତ୍ତି ତାଲିକାକୁ ସାର୍ବଜନୀନ କରିସାରିଲେଣି ।

ସୂଚନା ଅନୁସାରେ, ୨୦୧୮ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷର ସାମ୍ପତ୍ତି ତାଲିକାକୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଥିବା ସମସ୍ତ ୧୯ଜଣ ମନ୍ତ୍ରୀ ନିର୍ଦ୍ଧାରିତ ଅବଧି ଅଗଷ୍ଟ ୩୧ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିସାରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏହି ସାମ୍ପତ୍ତି ତାଲିକାକୁ ସାର୍ବଜନୀନ କରିନାହିଁ। ରାଜ୍ୟରେ ଏବେ ଦୁର୍ନୀତି ଓ ପିସି କାରବାର ଚରମସୀମାରେ ପହଞ୍ଚିଥିବାବେଳେ ମନ୍ତ୍ରୀମାନଙ୍କ ସାମ୍ପତ୍ତି ତାଲିକା ସାର୍ବଜନୀନ ନହେବା ସିଧାସଳଖ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଭୂମିକାକୁ ସନ୍ଦେହଘେରକୁ ଆଣିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା, ଶାସନ ବ୍ୟବସ୍ଥାରେ ଥିବା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ଷିକ ସାମ୍ପତ୍ତି ତାଲିକା ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନଥିଲେ ସୁଦ୍ଧା କୌଣସି ଗଣମାଧ୍ୟମ, ସିଭିଲ ସୋସାଇଟି କିମ୍ବା ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଥିବା ସଂସ୍ଥାମାନେ ସାମାନ୍ୟତମ ସ୍ୱର ଉତୋଳନ କରିନାହାନ୍ତି। ଯାହାକି ପରୋକ୍ଷରେ ମନ୍ତ୍ରୀମାନଙ୍କର ସାମ୍ପତ୍ତି ଆହରଣ ନିଶାକୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ।



from Odisha Reporter https://ift.tt/2BFOdRv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages