ଭୁବନେଶ୍ୱର ଆସୁଛନ୍ତି ଅମିତାଭ୍‌, ଆମୀର, ସଚିନ୍‌ ଆଉ ଏମାନେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଭୁବନେଶ୍ୱର ଆସୁଛନ୍ତି ଅମିତାଭ୍‌, ଆମୀର, ସଚିନ୍‌ ଆଉ ଏମାନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ଠାରେ ହକି ମହାକୁମ୍ଭର ଉଦ୍‌ଘାଟନ ସରିଛି। ମାଧୁରୀ, ଶାହାରୁଖ୍‌ ଆଉ ସଲମାନ୍‌ଙ୍କ ଉପସ୍ଥିତି ଓଡ଼ିଶାବାସୀଙ୍କୁ ଆମୋଦିତ କରିଛି। ସେମାନଙ୍କ ନାଁରେ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଉଦ୍‌ଯାପନୀ ଉତ୍ସବକୁ ନେଇ ଆରମ୍ଭ ହୋଇଗଲାଣି ନାନା କଥା। ଶୁଣିବାକୁ ମିଳୁଛି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଆଉ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଏହି ଉତ୍ସବକୁ ଆସୁଛନ୍ତି। ଖାଲି ଏଇ ଦୁଇ ଜଣ ନୁହଁନ୍ତି, ଆମୀର ଖାନ୍‌, ସାହିଦ କପୁର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାଭିଡ୍‌ ମଧ୍ୟ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବାପାଇଁ ଭୁବନେଶ୍ୱର  ଆସୁଥିବା ଚର୍ଚ୍ଚା ଚାଲିଛି।

ମିଳିଥିବା ଖବର ମୁତାବକ, ଉପରୋକ୍ତ ସେଲିବ୍ରିଟିମାନଙ୍କୁ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଅବଶ୍ୟ ଚିଠିର କୌଣସି ଉତ୍ତର ଆସିନାହିଁ। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ଆସିବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ବୋଲି ଖେଳ ବିଭାଗ ପକ୍ଷରୁ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

 



from Odisha Reporter https://ift.tt/2DNMDyB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages